Latest Odisha News

BREAKING NEWS

ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି । ତାଙ୍କର ଏପରି କୌଶଳ କୌଣସି ସୁପର ହିରୋଠାରୁ ବି କମ୍‌ ନ ଥାଏ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସମାନେ ପସନ୍ଦ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି  ।

ଜଣେ ବ୍ୟକ୍ତି ନିଜ ଶାରୀରିକ ଶକ୍ତି ଦ୍ୱାରା ନିଜ ଦାନ୍ତଗୁଡ଼ିକ ସାହାଯ୍ୟରେ ଏକ ଟ୍ରକ୍‌କୁ ରଶିରେ ଟାଣୁଛନ୍ତି । ତାଙ୍କ ଦାନ୍ତର ଶକ୍ତି ଦେଖି ଲୋକେ ହତ୍‌ବାକ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି ।

ଯେଉଁଥିରେ ଦେଖିବାକୁ ମିଳୁଛି ଯେ ମିଶରରେ ରହୁଥିବା ଅଶରଫ୍‌ ସୁଲେମାନ ନାମକ ବ୍ୟକ୍ତି ନିଜର ଶକ୍ତିଶାଳୀ ଦାନ୍ତଗୁଡ଼ିକ ଦ୍ୱାରା ଟ୍ରକ୍‌କୁ ଟାଣୁଛନ୍ତି । ସୂଚନା ଅନୁଯାୟୀ, ଅଶରଫ୍‌ ନିଜ ଦାନ୍ତ ଦ୍ୱାରା ୧୫ ହଜାର ୭୩୦ କିଲୋର ଟ୍ରକ୍‌କୁ ଟାଣି ନେବାରେ ସଫଳ ହୋଇଛନ୍ତି । ଯାହାକୁ ଦେଖି ୟୁଜର୍ସଙ୍କ ହୃଦୟକୁ ଛୁଇଁଯାଇଛି ।

 

Leave A Reply

Your email address will not be published.