Latest Odisha News

BREAKING NEWS

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିଶ୍ର ବେଙ୍ଗାଲୁରୁରୁ ଧରାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶଙ୍କର ମିଶ୍ର ବେଙ୍ଗାଲୁରୁର ଏକ ଘରେ ଲୁଚି ରହିଥିବା ବେଳେ ଖବର ପାଇ ପୁଲିସ ତାକୁ ଗିରଫ କରିଛି। ଶୁକ୍ରବାର ରାତିର ଦିଲ୍ଲୀ ପୁଲିସ ଶଙ୍କର ମିଶ୍ରର ଲୋକେସନ ଖୋଜିପାଇଥିଲା

BjdElectrycity

ଘଟଣା ଘଟିବା ପରେ ଅଭିଯୁକ୍ତି ଗରିଫ ଭୟରେ ବାରମ୍ବାର ନିଜ ଠିକଣା ବଦଳାଉଥିଲା। ଶଙ୍କର ମୁମ୍ବାଇ ଓ ବେଙ୍ଗାଲୁରୁରେ ଦୁଇଟି ଅଫିସ୍ ଥିଲା। ଏହି ଦୁଇଟି ଅଫିସ୍‌ରେ ପୁଲିସ ଚଢ଼ାଉ କରିଥିଲା। କିନ୍ତୁ ସେ ଶଙ୍କର ବାରମ୍ବାର ସହର ପରିବର୍ତ୍ତନ କରୁଥିବାରୁ ଧରପାଡ଼ିନଥିଲା। ତଦନ୍ତରେ ସହଯୋଗ ନ କରିବାରୁ ଦିଲ୍ଲୀ ପୁଲିସ ଅଭିଯୁକ୍ତ ବିରୋଧରେ ଲୁକ୍‌ଆଉଟ୍ ସରକୁଲାର ଜାରି କରିଥିଲା।

କଣ ଥିଲା ଘଟଣା?

ଗତବର୍ଷ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ଏକ ବିମାନ ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଫେରୁଥିବା ବେଳେ ଶଙ୍କର ମିଶ୍ର ନିଶାଶକ୍ତ ଅବସ୍ଥାରେ ବିଜ୍‌ନେସ୍‌ କ୍ଲାସ୍‌ରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିଲେ।

ବିମାନର ବିଜ୍‌ନେସ୍ କ୍ଲାସ୍‌ରେ ବସି ବରିଷ୍ଠ ମହିଳା ନାଗରିକ ଜଣଙ୍କ ଯାତ୍ରା କରୁଥିଲେ। ଲଞ୍ଚ୍ ସରିବା ପରେ ବିମାନରେ ଲାଇଟ୍ ଅଫ୍ କରାଯାଇଥିଲା। ଏହାପରେ ନିଶାଶକ୍ତ ବ୍ୟକ୍ତି ଜଣଙ୍କ ବରିଷ୍ଠ ମହିଳାଙ୍କ ଶିଟ୍ ପାଖକୁ ଆସି ପ୍ରଥମେ ଯୌନାଙ୍ଗ ଦେଖାଇବା ସହିତ ଚେନ୍ ଖୋଲି ତାଙ୍କ ଉପରେ ପରିଶ୍ରା କରିଥିଲେ।

ପରିଶ୍ରା ପରେ ବି ନିଶାଶକ୍ତ ବ୍ୟକ୍ତି ସେମିତି ବୟସ୍କା ମହିଳାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହା ଦେଖି ମହିଳାଙ୍କ ସହ ବସିଥିବା ଜଣେ ସହଯାତ୍ରୀ ଏହାକୁ ବିରୋଧ ଅଭିଯୁକ୍ତକୁ ସେଠାରୁ ଚାଲିଯିବାକୁ କହିଥିଲେ।

ତେବେ ଘଟଣା ସମ୍ପର୍କରେ ମହିଳା ଜଣକ  ଟାଟା ଗ୍ରୁପ ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ ପାଖରେ ଅଭିଯୋଗ କରିଥିଲେ। ବିମାନରେ ଥିବା କ୍ୟାବିନ କ୍ରୁ ମେମ୍ବରମାନେ ଘଟଣାପ୍ରତି ଆଦୌ ସମ୍ବେଦନଶୀଳ ନଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।  ସେମାନେ କେବଳ ଡ୍ରେସ୍ ଚେଞ୍ଜ୍ କରିବାକୁ ଏକ ପାଇଜାମା ଦେବା ସହ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।

ଏୟାର ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ

ଘଟଣା ଘଟିବା ପରେ ଏୟାର  ଇଣ୍ଡିଆ ପକ୍ଷରୁ ଶଙ୍କର ମିଶ୍ରଙ୍କ ବିମାନ ଯାତ୍ରା ଉପରେ ମାସେ ପର୍ଯ୍ୟନ୍ତ ବ୍ୟାନ୍ ଲଗାଇଛି। ତା ସହିତ ଥାନାରେ ମାମଲା ବି କରିଛି। ଥାନାରେ ମାମଲା ହେବା ପରେ ଗତ ବୁଧବାର ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।  ଏକ ଟିମ୍ ଗଠନ କରି ଅଭିଯୁକ୍ତକୁ ଖୋଜିଥିଲା।  ଅଭିଯୁକ୍ତ ବିରୋଧରେ ଆପିସି ଧାରା ୩୫୪, ୫୦୯,୫୧୦ ଏବଂ ଇଣ୍ଡିଆନ ଏୟାରକ୍ରାଫ୍ଟ ଆକ୍ଟଧାରା ୨୩ରେ ମାମଲା ରୁଜୁ ହୋଇଥିଲା ।

କଣ କହିଲେ ଶଙ୍କର ମିଶ୍ର ?

ଶଙ୍କର ମିଶ୍ର ନିଜେ ନ ଆସି ଗତକାଲି ତାଙ୍କ ଓକିଲ ଦ୍ୱାରା ବିବୃତ୍ତି ଜାରି କରିଥିଲେ। ମହିଳାଙ୍କୁ କ୍ଷତିପୂରଣ ମିଳିସାରିଛି। ତେଣୁ ମାମଲା ରଫାଦଫା ହୋଇସାରିଛି। ମହିଳା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ନ କରିବାକୁ କହିଥିଲେ। ମହିଳା ଜଣଙ୍କର ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା କ୍ଷତିପୂରଣ ବିରୋଧରେ ମହିଳା ଡିସେମ୍ବର ଅଭିଯୋଗ କରିଥିଲେ। ଉଭୟ ପକ୍ଷର ସହମତି ପରେ ମିଶ୍ର ପେଟିଏମ୍‌ରେ ଟଙ୍କା ପଠାଇଥିଲେ। ହେଲେ ଡିସେମ୍ବର ୧୯ ତାରିଖରେ ମହିଳାଙ୍କ ଝିଅ ପଇସା ଫେରାଇ ଦେଇଥିଲେ ବୋଲି ଏଥିରେ କୁହାଯାଇଛି। ତେବେ ଅଭିଯୁକ୍ତଙ୍କର ଦେଶର ଆଇନ ବ୍ୟବସ୍ଥା ଉପରେ ପୂରା ଭରସା ଅଛି। ସେ ଆଇନର ତଦନ୍ତରେ ସହଯୋଗ କରିବେ ବୋଲି ତାଙ୍କ ଓକିଲ କହିଥିଲେ।

କଣ କରନ୍ତି ଶଙ୍କର ମିଶ୍ର ?

ଶଙ୍କର ୱିଲ୍ସ ଫାର୍ଗୋ(Wells Fargo) ନାମରେ ଏକ ଆମେରିକୀୟ ଏକ ଅନ୍ତର୍ଜାତୀୟ କମ୍ପାନୀରେ ଚାକିରି କରୁଥିଲେ ହେଲେ ଏହି ଘଟଣା ପରେ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିଦେଇଛି ଏନେଇ କମ୍ପାନୀ କହିଛିୱେଲ୍ସ ଫାର୍ଗୋ ଉଚ୍ଚମାନର ପେଷାଦାର ଲକ୍ଷଣ ଉତ୍ତମ ବ୍ୟବହାରସମ୍ପନ୍ନ କର୍ମଚାରୀଙ୍କୁ କାର୍ଯ୍ୟରେ ରଖିଥାଏ। ହେଲେ ଏଭଳି ଅଭିଯୋଗ ଶୃଙ୍ଖଳିତ ନୁହେଁ। ତେଣୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ୱେଲ୍ସ ଫାର୍ଗୋରୁ ନିଲମ୍ବିତ କରାଯାଉଛି। କମ୍ପାନୀ ପକ୍ଷରୁ ଆଇନକୁ ସହଯୋଗ କରାଯାଉଛି ଏବଂ ତାଙ୍କ ପାଇଁ କଣ ଆଇନଗତ ନିର୍ଦ୍ଦେଶ ରହିଛି ସେ ନେଇ ପଚାରଉଚରା ମଧ୍ୟ ହେଉଛି।

 

 

Leave A Reply

Your email address will not be published.