Latest Odisha News

ଆମେରିକା ସଂସଦ ବିଲ୍ଡିଂ ଉପରେ ଆକ୍ରମଣ, ଜଣେ ପୋଲିସ ଅଫିସର ମୃତ

ୱାଶିଂଟନ୍: ୱାଶିଂଟନରେ ୟୁଏସ୍ କ୍ୟାପିଟଲ ବିଲ୍ଡିଂ (ଆମେରିକା ସଂସଦ ଭବନ) କମ୍ପ୍ଲେକ୍ସ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ଏକ କାର ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବା ପରେ ଚାଳକ ଜଣକ ପୋଲିସକୁ ଛୁରୀରେ ଆକ୍ରମଣ କରିଥିଲା ।

ଏହା ପରେ ସନ୍ଦିଗ୍ଧ ଉପରେ ଗୁଳି ଚାଳନା କରିଥିବା ବେଳେ ତାର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଆକ୍ରମଣକାରୀ ଜଣଙ୍କ ୨୫ ବର୍ଷୀଅ ନୋଆହ ଗ୍ରୀନ୍ ବୋଲି ଜଣାପଡ଼ିଛି । ତେବେ, ଆକ୍ରମଣକାରୀ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନଥିବା ସୂଚନା ମିଳିଛି ।

ତେବେ, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ୱାଶିଂଟନ୍ ଡିସିର ପୋଲିସ କମିଶନର କହିଛନ୍ତି । ଆକ୍ରମଣ ପରେ ଆମେରିକା ସଂସଦ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ସ୍ଥାନୀୟ ସମୟ ଦିନ ଗୋଟାଏରେ ଏହି ଆକ୍ରମଣ ହୋଇଛି ।

ଏହା ପୂର୍ବରୁ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ବିଲ୍ଡିଂ ଉପରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ସମର୍ଥକ ଆକ୍ରମଣ କରିଥିଲେ ।

Comments are closed.