ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି । ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ ସମାବର୍ତ୍ତନ ଉତ୍ସବ । ଏକ ଘଣ୍ଟା ଧରି ଚାଲିବ ଉତ୍ସବ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ମୁର୍ମୁ, ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ବାର୍କର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ ।

ସେହିପରି ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ରହିବେ । ଉତ୍ସବରେ ଭାଗ ନେବାକୁ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।

ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟ ଏକାଡେମିକ୍ କାଉନସିଲ୍ ଓ ସିନେଟ୍ ସଦସ୍ୟ କେବଳ ସାମିଲ ହେବେ । ପ୍ରତି ସିଟ୍ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ବର୍ତ୍ତମାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କୁ ଉତ୍ସବ ସ୍ଥଳରେ ବସିବାକୁ ଅନୁମତି ମିଳିବ ନାହିଁ । ସେମାନଙ୍କ ପାଇଁ ଇ-ପାଠାଗାରରେ କାର୍ୟ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି ।
BREAKING NEWS
- Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ ସିବିଆଇ ତଦନ୍ତ ଦାବି କଲେ ଅସଗର ଅଲ୍ଲୀ
- BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ ପୂର୍ବରୁ ଋଷର ବଡ଼ ସଙ୍କେତ
- Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ
- Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି
- Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ ଗିରଫ
- BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର କାରଣ…
- ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Police Encounter: ଜଙ୍ଗଲ ନିକଟରେ ଏନ୍କାଉଣ୍ଟର;ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର
- National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ
- ପ୍ରଥମ ଟି୨୦: ଭାରତ ପକ୍ଷରୁ ଓପନିଂ କିଏ କରିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ ମ୍ୟାନେଜମେଂଟ

Comments are closed.