Latest Odisha News

BREAKING NEWS

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ । ଭାରତର ମନ୍ଦିରଗୁଡ଼ିକ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରତ୍ୟେକ ମନ୍ଦିରର ଏକ ଭିନ୍ନ କାହାଣୀ ଅଛି। ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ଲୋକମାନଙ୍କୁ ବିସ୍ମିତ କରେ ଏପରିକି କେତେକ ମନ୍ଦିରର ସ୍ଥାପତ୍ୟ ଅତ୍ୟନ୍ତ ମହାନ୍ ହୋଇଥିବାବେଳେ କେତେକ ମନ୍ଦିର ଅସମ୍ପୂର୍ଣ୍ଣ ରହିଥାଏ । କିନ୍ତୁ ଆଜି ମଧ୍ୟ ସେମାନଙ୍କର ନିଜସ୍ୱ ଆକର୍ଷଣ ଅଛି ।

ଏପରି ଏକ ମନ୍ଦିର ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ସିହୋନିଆ ଅଞ୍ଚଳରେ ଅବସ୍ଥିତ ରହିଛି । ଏହି ମନ୍ଦିରକୁ ନେଇ ଅନେକ କାହାଣୀ ରହିଛି । ଏହି ମନ୍ଦିର ନାଁ ହେଉଛି କକନମଠ ମନ୍ଦିର । ଯାହା ରହସ୍ୟମୟ ମନ୍ଦିର ଭାବରେ ଜଣାଶୁଣା । କକନମଠ ମନ୍ଦିର ରହସ୍ୟମୟ ହେବା ପଛରେ ଏକ କାରଣ ରହିଛି । କୁହାଯାଏ ଯେ ଏହି ମନ୍ଦିରକୁ ଭୂତ ଗୋଟିଏ ରାତିରେ ନିର୍ମାଣ କରୁଥିଲେ । ରହସ୍ୟମୟ କକନମଠ ମନ୍ଦିର ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛି । ଏହି ମନ୍ଦିରର ପଥର ଶୂନ୍ୟରେ ଝୁଲି ରହିଥିବାର ଦେଖାଯାଏ ।

କକନମଠ ମନ୍ଦିରଟି ଶୂନ୍ୟରେ ଝୁଲି ରହିବା ପରି ଦୃଶ୍ୟମାନ ହୋଇଥାଏ । ଯଦି ଆପଣ ଏହାକୁ ଅତି ନିକଟରୁ ଦେଖନ୍ତି ତେବେ ଆପଣଙ୍କୁ ଲାଗିବ ଯେ କୌଣସି ସମୟରେ ଏହି ମନ୍ଦିର ଭୂଷୁଡ଼ି ଯାଇପାରେ । ହେଲେ ବର୍ଷା, ପବନ, ଝଡ଼,ତୋଫାନ ଅନୁଭୂତ ହେବା ସତ୍ତ୍ୱେ ମଧ୍ୟ ଏହି ମନ୍ଦିରର କୌଣସି କ୍ଷତି ହୋଇନଥାଏ । ଏପରିକି ମନ୍ଦିରର କୌଣସି ଅଂଶ ଦୋହଲି ମଧ୍ୟ ନଥାଏ । ଭୂତ ଦ୍ୱାରା ନିର୍ମିତ ରହସ୍ୟମୟ କକନମଠ ମନ୍ଦିର ନିର୍ମାଣରେ ସିମେଣ୍ଟ କିମ୍ବା ଚୂନ ବ୍ୟବହାର ହୋଇନାହିଁ । କେବଳ ପଥର ବ୍ୟବହାର କରି ଏହି ମନ୍ଦିର ନିର୍ମାଣ କରାଯାଇଛି ।

କହିବାକୁ ଗଲେ ଏହି କକନମଠ ମନ୍ଦିରଟି ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ। ଏହାର ଆଖପାଖରେ ଥିବା ବହୁ ମନ୍ଦିର ନଷ୍ଟ ହୋଇଗଲାଣି। ହେଲେ ଏହି ମନ୍ଦିର କିନ୍ତୁ ଏବେ ବି ତା’ର ସ୍ଥିତି ବଜାୟ ରଖିଛି। ଯଦିଓ ଆଜି ଏହି ମନ୍ଦିର ବହୁ ପରିମାଣରେ ନଷ୍ଟ ହୋଇଯାଇଛି, ତଥାପି ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।ମନ୍ଦିରର ମଧ୍ୟଭାଗରେ ମହାଦେବଙ୍କ ଏକ ବିଶାଳ ମୂର୍ତ୍ତି ଓ ବିରାଟ ଶିବଲିଙ୍ଗ ରହିଛି। ଯାହା ଏହାର ଅନ୍ୟତମ ଆକର୍ଷଣ ପର୍ଯ୍ୟଟକଙ୍କ ପାଇଁ। ଭକ୍ତଙ୍କ ପାଇଁ ଏହା ମଧ୍ୟ ଭକ୍ତି ଓ ବିଶ୍ବାସର ଅନନ୍ୟ ପୀଠ। ୧୨୦ ଫୁଟ୍‌ ଉଚ୍ଚତା ଥିବା ଏହି ମନ୍ଦିରର ଗର୍ଭଗୃହ ଶହ ଶହ ବର୍ଷ ପରେ ବି ବେଶ୍ ସୁରକ୍ଷିତ ରହିଛି। କୁହାଯାଏ ଏହି ମନ୍ଦିରରେ କିଛି ଚମତ୍କାରୀ ଅଦୃଶ୍ୟ ଶକ୍ତି ରହିଛି। ଏନେଇ ଶୁଣିବାକୁ ମିଳେ ଯେ, ମନ୍ଦିର ଆଖପାଖରେ ଥିବା ପଥର ନେବାକୁ ପ୍ରୟାସ କରିଲେ ବହୁ ଭୟଙ୍କର ପରିସ୍ଥିତି ସାମ୍‌ନା କରିବାକୁ ପଡ଼ିଥାଏ। ପଥର ନେବାକୁ ପ୍ରୟାସ କରିବା ମାତ୍ରେ ମନ୍ଦିର ଦୋହଲିବାକୁ ଲାଗିଥାଏ।

ଏହା ମଧ୍ୟ କୁହାଯାଏ କି ଏହି ମନ୍ଦିରକୁ ଭୂତମାନଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା। ଭଗବାନ ଶିବଙ୍କୁ ଭୂତନାଥ ମଧ୍ୟ କୁହାଯାଏ ତେଣୁ ଭୂତମାନେ ଏଠାରେ ପୂଜା କରନ୍ତି। କାରଣ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଭୂତମାନଙ୍କ ଉପରେ ନ୍ୟସ୍ତ ହୋଇଥିଲା ଏବଂ ସେମାନଙ୍କୁ ଏହି କାମ ଗୋଟିଏ ରାତିରେ ଶେଷ କରିବାକୁ ପଡିଥିଲା। କିନ୍ତୁ ସକାଳ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା । ସେବେଠାରୁ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଛି। ଏହି ମନ୍ଦିର କୌଣସି ଅବଶକୀୟ ସାମଗ୍ରୀରେ ପ୍ରସ୍ତୁତ ହୋଇନାହିଁ । କୁହାଯାଏ ଯେ ଏହି ମନ୍ଦିରର ପଥର ପବନରେ ଝୁଲିକି ରହିଥାଏ। ମନ୍ଦିରର ଉପରି ଭାଗରେ ଏକ ବହୁତ ଭାରୀ ପଥର ରଖାଯାଇଛି, ଯାହାର ଓଜନ ଅନେକ ଟନ୍ ସହିତ ସମାନ। ଏହାକୁ ଦେଖି ଏହା କୁହାଯାଇ ଯେ ଜଣେ ମଣିଷ ଏହା କରିବା ସମ୍ଭବ ନୁହେଁ । ସେଥିପାଇଁ ମନ୍ଦିରର ସମସ୍ତ ରହସ୍ୟ ରହସ୍ୟ ହୋଇ ରହିଯାଇଛି।

Leave A Reply

Your email address will not be published.