Latest Odisha News

BREAKING NEWS

ଘୋଡ଼ାରେ ବସି ମଲ ଭିତରେ ସପିଂ କଲେ ଯୁବକ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ସପିଂ କରିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ବଡ଼ ବଡ଼ ମଲକୁ ବି ଯାଇଥାଆନ୍ତି । ତେବେ ନିକଟରେ ଜଣେ ଯୁବକ ସପିଂ କରିବାକୁ ଘୋଡା ଚଢ଼ି ମଲ ଯାଇଛନ୍ତି । କେବଳ ସେତିକି ନୁହେଁ, ଘୋଡ଼ାରେ ବସି ମଲ ଭିତରେ ବୁଲି ବୁଲି ଜିନିଷପତ୍ର ବି କିଣୁଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ଏକ ଧଳା ରଙ୍ଗର ଘୋଡା ଉପରେ ବସି ସପିଂ ମଲକୁ ଆସୁଛନ୍ତି । ଆଉ ଘୋଡାରୁ ନ ଓହ୍ଲାଇ ମଲ ଭିତରେ ପଶି ବୁଲି ବୁଲି ସପିଂ କରୁଛନ୍ତି । ଉକ୍ତ ଯୁବକଙ୍କୁ ଏପରି ଭାବେ ସପିଂ କରୁଥିବା ଦେଖି ଅନ୍ୟ ଗ୍ରାହକ ଓ ସପିଂ ମଲର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରେ ଅନେକ ଗ୍ରାହକ ନିଜ ନିଜ ମୋବାଇଲରେ ଯୁବକଙ୍କର ଭିଡିଓ କରିବା ଆରମ୍ଭ କରୁଛନ୍ତି । ଆଉ କିଛି ଗ୍ରାହକ ଓ ଛୋଟପିଲାମାନେ ତାଙ୍କ ସହ ସେଲଫି ବି ନେଇଛନ୍ତି ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଯୁବକ ଜଣକ ଏମିତି ଘୋଡା ଚଢ଼ି ମଲ ଭିତରକୁ କେମିତି ପଶିଲେ ? ତାଙ୍କୁ ସୁରକ୍ଷାକର୍ମୀ କ’ଣ ଅଟକାଇ ନ ଥିଲେ । ତାଙ୍କୁ ଏପରି ଭାବେ ପ୍ରବେଶ ପାଇଁ କିପରି ଅନୁମତି ଦିଆଗଲା ।

Leave A Reply

Your email address will not be published.