Latest Odisha News

BREAKING NEWS

ମାଡ଼ିଗଲା ଆମ୍ବୁଲାନ୍ସ; ଜଣେ ମୃତ

ବାଲିଅନ୍ତା: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତାର ଭାର୍ଗଭି ବ୍ରିଜ ଉପରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସାହୁ (୬୬) ବୋଲି ଜଣାପଡିଛି।

ସୂଚନାନୁସାରେ, ବ୍ରିଜ ପାର ହେଉଥିବା ବେଳେ ଆମ୍ବୁଲାନ୍ସ ନରେନ୍ଦ୍ର ସାହୁଙ୍କୁ ଧକ୍କା ଦେଇଥିଲା। ରାସ୍ତାରେ ଯାଉଥିବା ଯାତ୍ରୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିବା ସୂଚନା ମିଳିଛି। ସୂଚନା ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଜବତ କରିଛି ।

Leave A Reply

Your email address will not be published.