Latest Odisha News

BREAKING NEWS

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ଦଳ ମମତା କୁଣ୍ଡୁଙ୍କୁ ଓ ତିର୍ତ୍ତୋଲ ପାଇଁ ବିଂମାଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ୍ ମିଳିଛି ।

ଦଳର ନୂଆ ମୁହଁ ଭାବେ ନିର୍ବାଚନକୁ ଓହ୍ଲାଇଥିବା ସଙ୍ଗୀତା ହେଉଛନ୍ତି ବରିଷ୍ଠ ନେତା ସ୍ୱର୍ଗତ ସମରେନ୍ଦ୍ର କୁଣ୍ଡୁଙ୍କର ବୋହୂ । ଏହି ଆସନରୁ ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିଲା ।

ସେହିପରି ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଥିବା ଯୁବ ନେତା ହିମାଂଶ ମଲ୍ଲିକ ରାଜନୀତିରେ ଜଣେ ନୂଆ ମୁହଁ । ପେଶାରେ ସେ ଇଂଜିନିଅର ହୋଇଥିବା ହିମାଂଶୁ ଉପନିର୍ବାଚନରେ ବିଜିଡି ବିଜେପିକୁ ଟକ୍କର ଦେଇପାରିବେ ବୋଲି ଦଳ ଆଶା ରଖିଛି ।

ବିଜେଡି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ବାଲେଶ୍ୱର ସଦର ପାଇଁ ସ୍ୱରୂପ ନାୟକ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.