Latest Odisha News

ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ସ୍ବାମୀ ନେଲେ ମଜା

ଗ୍ୱାଲିଅର୍: ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ଘର ଜଳୁଥିବାର ଦେଖିଲେ ସ୍ବାମୀ। ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଏଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡା ହୋଇଥିଲା। ଏହାପରେ ସେ କ୍ରୋଧାନ୍ୱିତ ହୋଇ ଶ୍ୱଶୁର ଘରୁ ଯୌତୁକ ଆକାରରେ ମିଳିଥିବା ସମସ୍ତ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜିନିଷପତ୍ର ଗୁଡ଼ିକ ସବୁ ନିଆଁରେ ଜଳି ପାଉଁଶ ହୋଇଯାଇଛି । ନିଆଁ ଲଗାଇବା ପରେ ସ୍ୱାମୀ ଜଣକ ଘର ବାହାରେ ଠିଆ ହୋଇ ସିଗାରେଟ ଟାଣି ଘରପୋଡି ଦେଖିଥିଲେ।

ବାହାଦପୁର ପୋଲିସ ଷ୍ଟେସନ ପରିସରର ଆନନ୍ଦ ନଗର ଅଞ୍ଚଳରେ ହୋଇଥିବା ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ପୁରା ଘର ପୋଡି ପାଉଁଶ ହୋଇଯାଇଥିଲା।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ସ୍ବାମୀ ଜଣକ ଫେରାର ଅଛନ୍ତି।

 

Comments are closed.