Latest Odisha News

BREAKING NEWS

କେଜିଏଫ୨ ଫିଲ୍ମ ଦେଖୁଥିବା ବେଳେ ହଲରେ ଫୁଟିଲା ଗୁଳି

ବାଙ୍ଗାଲୋର: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କେଜିଏଫ୨ ଫିଲ୍ମ ଦେଖିବା ବେଳେ ହଲରେ ଫୁଟିଛି ଗୁଳି । ଫିଲ୍ମ ଦେଖିବାକୁ ଆସିଥିବା ୨୭ ବର୍ଷୀୟ ବସନ୍ତ କୁମାର ସହ ଜଣେ ଅଜଣା ବ୍ୟକ୍ତିର କୌଣସି କାରଣ ନେଇ ଯୁକ୍ତି ତର୍କ ହୋଇଥିଲା । କିଛି ସମୟ ପରେ ଅଜଣା ଯୁବକ ଜଣକ ବସନ୍ତ ଉପରକୁ ଗୁଳି ଚାଳନା କରିଥିଲା । ଆହତ ବସନ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ବିପଦମୁକ୍ତ ଘୋଷଣା କରିଛନ୍ତି ।

ଅଭିଯୁକ୍ତ ଜଣଙ୍କ ୩ରାଉଣ୍ଡ ଗୁଳି ଚାଳନା କରିଥିଲେ । ଏହା ପରେ ହଲ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପଂହଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିପାରି ନାହିଁ ।

Leave A Reply

Your email address will not be published.