Latest Odisha News

BREAKING NEWS

ମେ ୨୭ରେ ହେବ ସ୍ଥଗିତ ପଞ୍ଚାୟତ ନିର୍ବାଚନ; ୩୧ରେ ଆସିବ ଫଳାଫଳ

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ତାରିଖ ଘୁଞ୍ଚିଥିବା ସ୍ଥାନ ଗୁଡ଼ିକରେ ପୁନଃ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗୁରୁବାର ତାରିଖ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ଯେଉଁ ସ୍ଥାନରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା, ସେହି ସ୍ଥାନ ଗୁଡ଼ିକରେ ମେ ୨୭ ରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ମେ ୨୭ରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ନୂଆ ପ୍ରାର୍ଥୀଙ୍କ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ହେଉଛି ଏପ୍ରିଲ ୨୯ରୁ ମେ ୨ । ମେ ୪ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

୨୭ ମେ ରେ ନିର୍ବାଚନ ସରିବା ପରେ ୨୮ ତାରିଖରେ ଭୋଟ ଗଣତି ହେବ । ଏବଂ ମେ ୩୧ ରେ ନିର୍ବାଚନ ଫଳାଫଳ ପ୍ରକାଶ କରିବେ ନିର୍ବାଚନ କମିଶନ । ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କୁ ପୁଣି ଦାଖଲ କରିବା ଆବଶ୍ୟକତା ନାହିଁ । କେବଳ ନୂଆ ପ୍ରାର୍ଥୀ ହିଁ ଦାଖଲ କରିବେ ପ୍ରାର୍ଥପତ୍ର ।

Leave A Reply

Your email address will not be published.