ଟଙ୍କା ନେଣଦେଣକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର
ସୋନପୁର: ଟଙ୍କା ନେଣଦେଣକୁ କେନ୍ଦ୍ର କରି ଫୁଟିଲା ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟାରେ ଗୁଳିମାଡ଼ ହୋଇଛି । ଜଣେ ଜେସିବି ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ । ଜେସିବି ଡ୍ରାଇଭର ଅଡାଲ ଗାଁର ଭଜନ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୁଳିମାଡ କରିଥିବା ଅଭିଯୁକ୍ତ ହେଉଛି କାସଲାପୁରା ଗାଁର ଚକ୍ରଧର ପ୍ରଧାନ । ଭଜନଙ୍କ ଉପରକୁ ସେ ଗୁଳି ଚଳାଇଥିଲା । ତାଙ୍କ ମୁଣ୍ଡରେ ବାଜିଛି ଗୁଳି । ପୋଲିସ ଚକ୍ରଧରଙ୍କୁ ଖୋଜୁଛି । ଟଙ୍କା ନେଣଦେଣକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।
Comments are closed.