Latest Odisha News

BREAKING NEWS

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି।

ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ ସହାୟିକା ଭାବେ କାମ କରୁଥିଲେ କୃଷ୍ଣପ୍ପାଙ୍କ ସ୍ତ୍ରୀ କେ ଶାରଦା (୩୫)। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଶାରଦା କାମ ସାରି ଘରକୁ ଫେରୁଥିବା ସମୟରେ ଏକ ଛୁରୀରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ କୃଷ୍ଣପ୍ପା।

ପୋଲିସର କହିବାନୁଯାୟୀ, କୃଷ୍ଣପ୍ପା ହତ୍ୟା ଉଦ୍ଦେଶ୍ୟରେ ବାଗେପାଲିରୁ ଆସିଥିଲେ। ସେ ତାଙ୍କ ସ୍ତ୍ରୀଙ୍କୁ ଘରକୁ ଯିବା ରାସ୍ତାରେ ଛକି ବସିଥିଲେ। ଯାହାପରେ ସେ ଏକ ଛୁରୀରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଆଉ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ସେ।

ତେବେ ଘଟଣା ପରେ ବେଙ୍ଗାଲୁରୁର ଡେପୁଟି ପୋଲିସ କମିଶନର ସାରା ଫାତିମା ଫୋରେନସିକ୍ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଚାଲିଛି।

Comments are closed.