Latest Odisha News

BREAKING NEWS

ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ମର୍ଡର, ଝଗଡ଼ା ପରେ ଭୁସି ଦେଲେ ଛୁରି

ବ୍ରହ୍ମପୁର: ଚଳନ୍ତା ଟ୍ରେନରେ ମର୍ଡର । ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ହତ୍ୟାକାଣ୍ଡ । ଶୁକ୍ରବାର ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା ଏକ୍ସପ୍ରେସ ଟ୍ରେନରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଟ୍ରେନ୍‌ ଭିତରେ କୌଣସି ଏକ ବିଷୟକୁ ନେଇ ପ୍ରଥମେ ଝଗଡ଼ା ଏବଂ ପରେ ଛୁରିରେ ଭୁସି ହତ୍ୟା କରାଯାଇଛି । ଦୁଇଟି ପରିବାର ଟ୍ରେନ ଭିତରେ ଗଣ୍ଡୋଗଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗ ବାହାଦୂରପୁର ଅଞ୍ଚଳର ପ୍ରସନ୍ନଜିତ ଗୋରାଇ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ପ୍ରସନ୍ନ ଓ ତାଙ୍କ ସମ୍ପର୍କୀୟ ରାଜୀବ ଗୋରାଇଙ୍କ ପରିବାର ଲୋକେ ଟ୍ରେନରେ ଚେନ୍ନାଇରୁ ହାୱଡ଼ା ଯାଉଥିଲେ । ଟ୍ରେନ୍‌ ଭିତରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜୀବ ଏକ ଛୁରିରେ ପ୍ରସନ୍ନଙ୍କୁ ଆକ୍ରମଣ କରିଥିଲେ । ପ୍ରସନ୍ନ ଗୁରୁତର ହୋଇ ପଡ଼ିବା ପରେ ସେହି ବଗିରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ଆରପିଏଫକୁ ଖବର ଦେଇଥିଲେ । ଏହା ପରେ ଛତ୍ରପୁର ଷ୍ଟେସନରେ ଟ୍ରେନକୁ ଅଟକା ଯାଇ ପ୍ରସନ୍ନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.