Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି ଗାଁର ଧୋବା ମାଝୀ ଓ ଦୁଡୁକାବାହାଲ ଗାଁର ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା । ଆଜି ଟିକିରି ଗାଁର ସରୋଜିନୀ ଝୋଡ଼ିଆ, ଅଞ୍ଜ ଝୋଡ଼ିଆ, ରଜନୀ ଝୋଡ଼ିଆ ଓ କନେଇ ମାଝୀ ଆଖି ବୁଜିଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କୁ କାଶୀପୁର, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ସହ ରାୟଗଡ଼ା ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତରଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଉଛି ।

୨) ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୯, ଲୋକାଲ କେସ୍ ୪୩୪ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୭୯, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ମୟୂରଭଞ୍ଜ ଓ ପୁରୀରୁ ୨୮ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

COVID Cases Touch Three Digits In Odisha, 76% From Khurda & Cuttack

୩) ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୦୦୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୯ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୪) ସଂକ୍ରମଣ ବଢ଼ୁଥିବା ବେଳେ ଆଜିଠୁ ମାଗଣା ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯାଉଛି ବୁଷ୍ଟର ଡୋଜ୍ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ବୁଷ୍ଟର ଡୋଜ୍ ଟିକା ପଞ୍ଜିକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଏହି ବର୍ଗର ମୋଟ ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକ ରହିଥିବା ବେଳେ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯ ପ୍ରତିଶତ ଲୋକ ବୁଷ୍ଟରଡୋଜ୍ ନେଇନାହାନ୍ତି ।

୫) ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ମାନିବା ସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ ହୋଇଛି । ବାତିଲ ହୋଇଥିବା ପେପର୍ ଲାଗି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଆସନ୍ତା ୧୯ରେ ଏଜୁକେସନ୍ ଓ ୨୦ରେ ଫିଜିକ୍ସ ପେପର-୨ ପରୀକ୍ଷା ହେବ ।

After Education Physics Question Paper Are Leaked In Sambalpur University

୬) ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ପଛରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ସନ୍ଦେହ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ । ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସଂପୃକ୍ତ ଏକ୍‌ଜାମିନର ଥିଲେ । ସଂପୃକ୍ତ ଏକଜାମିନର ଓ ତାଙ୍କ ଅଧ୍ୟକ୍ଷଙ୍କୁ ଡକାଯାଇଛି, ତଦନ୍ତ ହେବ । ସଂପୃକ୍ତି ଜଣାପଡ଼ିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଂପୃକ୍ତ ବ୍ୟକ୍ତିଙ୍କୁ ଆଉ କୌଣସି ପରୀକ୍ଷା କାର୍ଯ୍ୟରେ ସାମିଲ କରାଯିବନି ନାହିଁ ବୋଲି କୁଳପତି କହିଛନ୍ତି । ବାକି ଥିବା ପରୀକ୍ଷା ଗୁଡ଼ିକ ଆଉ ପୂର୍ବପ୍ରସ୍ତୁତ ପ୍ରଶ୍ନପତ୍ରରେ ହେବ ନାହିଁ । ସାନି ପ୍ରଶ୍ନପତ୍ର କରାଯାଇ ଇ-ମେଲରେ କଲେଜକୁ ପଠାଯିବ ବୋଲି ଜଣାପଡ଼ିଛି ।

୭) କୋଲକାତା ଢାଞ୍ଚାରେ ଓଡ଼ିଶାରେ ହେବ ସାଇନ୍ସ ସିଟି । ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ । କୋଲକାତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ସେଇଭଳି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନିଟୋରିୟମ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ । ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟୋ ସ୍ପିୟାର ମ୍ୟୁଜିୟମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ବିଧାନସଭାରେ ଉତ୍ତର ରଖି କହିଛନ୍ତି ।

୮) ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି । କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ ୨୦ରୁ ୨୫ ଜଣ ଶ୍ରମିକ ଗୋଦାମରେ କାମ କରୁଥିଲେ । ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏବେ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Godown Wall Collapsed In Delhi 6 Dead

୯) ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଏକ ଆମେରିକୀୟ ଡଲାର ପିଛା ଭାରତୀୟ ଟଙ୍କା ୭୯ ଟଙ୍କା ୯୯ ପଇସାକୁ ଖସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିଥିବାରୁ ଡଲାରର ମୂଲ୍ୟ ଅଧିକ ରହିଛି । ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ସମସ୍ୟା ସୃଷ୍ଟି କରିବ । ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ ।

୧୦) ସଂସଦକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ନିୟମ ଆସୁଛି। ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା ହୋଇଛି। ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ବିଜ୍ଞପ୍ତି ଜାରି କରିନ୍ତି ।ମୁଖ୍ୟତଃ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍ , ଉପବାସ ମନା କରାଯାଇଛି। ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ଏସବୁ କରିବାକୁ ମନା କରାଯାଇଛି । ଏହି ମର୍ମରେ ଗୃହ ସଦସ୍ୟମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କଡ଼ା ସମାଲୋଚନା କରିଛନ୍ତି । ଦିନକ ପୂର୍ବରୁ ସଂସଦରେ କେତେକ ଶବ୍ଦକୁ ବାରଣ କରାଯାଇଥିଲା ।

୧୧) ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଦେଶରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ଗୋଟବାୟାଙ୍କ ଇସ୍ତଫା ମଞ୍ଜୁର ପରେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ସେନେଇ ଚର୍ଚ୍ଚା ଚାଲିଥିବା ବେଳେ କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ।

Italian PM Mario Draghi offers resignation

୧୨) ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଇସ୍ତଫା ଦେଇଛନ୍ତି । ଦେଶରେ ଅର୍ଥନୈତିକ ସଂକଟକୁ ନେଇ ସହଯୋଗୀ ଦଳ ଫାଇଭ ଷ୍ଟାର ଦଳର ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଇଛନ୍ତି ଦ୍ରାଘି । ଇସ୍ତଫା ପତ୍ରକୁ ରାଷ୍ଟ୍ରପତିଙ୍କୁ ସେ ଦେଇଛନ୍ତି । କିଛି ଦିନ ଧରି ଅର୍ଥନୈତିକ ପ୍ୟାକେଜକୁ ନେଇ ବିବାଦ ଚାଲିବା ପରେ ସେ ଇସ୍ତଫା ଦେଇଛନ୍ତି । ଗତବର୍ଷ ଫେବ୍ରୁଆରୀରୁ ମାରିଓ ଦ୍ରାଘି ଥିଲେ ଇଟାଲିର ପ୍ରଧାନମନ୍ତ୍ରୀ । ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶରେ ଏକ ମିଳିତ ସରକାର ଲାଗି ସେ ସମସ୍ତ ଚେଷ୍ଟା କରିଥିଲେ ବି ତାହା ବିଫଳ ହୋଇଛି । ଦେଶବାସୀ ଓ ବ୍ୟବସାୟୀଙ୍କ ଲାଗି ୨୩ ବିଲିୟନ ୟୁରୋର ପ୍ୟାକେଜକୁ ନେଇ ଅସନ୍ତୁଷ୍ଟ ଥିଲେ ଫାଇଭ୍ ଷ୍ଟାର ଦଳ ନେତା ଗୁଏସେପେ କୋଣ୍ଟେ ।

National Institutional Ranking Framework SOA In Top 30

୧୩) ଆଇଆଇଟି ମାଡ୍ରାସ ପୁଣିଥରେ ଦେଶର ୧ନଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ଆଜି ଦେଶର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ ଜାରି କରାଯାଇଛି। ସମଗ୍ର ବର୍ଗରେ ଟପ୍ ୧୦୦ରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୫୫.୪୨ ପ୍ରତିଶତ ସ୍କୋର କରି ୩୦ ତମ ସ୍ଥାନରେ ରହିଛି । ସେହିଭଳି ୫୪.୩୫ ପ୍ରତିଶତ ସ୍କୋର ସହ କିଟ୍ ୩୪ ତମ ସ୍ଥାନରେ ଥିବାବେଳେ ୫୩.୭୭ ପ୍ରତିଶତ ସ୍କୋର ସହ ଆଇଆଇଟି ରାଉରକେଲା ୩୯ ତମ ସ୍ଥାନରେ ରହିଛି । ତାଲିକାର ୬୫ ତମ ସ୍ଥାନରେ ରହିଛି ଆଇଆଇଟି ଭୁବନେଶ୍ୱର ।

Heavy Rainfall Alert To Different Districts Of Odisha

୧୪) ଦକ୍ଷିଣ ପରେ ଏବେ ଉତ୍ତର ମୁହାଁ ଲଘୁଚାପ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଖସିବା ଓ ପାହାଡ଼ ଧସିବା ଆଶଙ୍କା ରହିଛି । ଏହା ସହିତ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ।

୧୫) ଆଉ ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର । ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ମିଳିଛି ଅନୁମତି । ତେଣୁ ପ୍ରସିଦ୍ଧ ଧବଳେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଯିବ। ତେବେ ଲକ୍ଷାଧିକ କାଉଡିଆଙ୍କ ସମାଗମ ଆଶଙ୍କାକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠକୁ ବାହୁଙ୍ଗି ବାରଣ କରାଯାଇଛି । ଧବଳେଶ୍ବର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । ଧବଳେଶ୍ବର ପୀଠର ଝୁଲାପୋଲ ପର୍ଯ୍ୟନ୍ତ କାଉଡିଆ ବାହୁଙ୍ଗି ନେଇପାରିବେ । କିନ୍ତୁ ପୀଠକୁ ବାହୁଙ୍ଗି ନେଇପାରିବେ ନାହିଁ ।

Leave A Reply

Your email address will not be published.