Latest Odisha News

BREAKING NEWS

ମରିଯାଉଛି ମାନବିକତା, ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ହାତରୁ କାଢି ନେଲେ ସୁନା ଚୁଡି

ମୁମ୍ବାଇ: ମୁମ୍ବାଇର କୁର୍ଲା ଠାରେ ଏକ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋକମାନେ। ହେଲେ ଆଉ କିଛି ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଲୁଟ୍ ଉଦ୍ଦେଶ୍ଯରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

କୁର୍ଲା ବସ୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତଦେହରୁ ସୁନା ଅଳଙ୍କାର ଚୋରି କରାଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଦୁର୍ଘଟଣାରେ ପୀଡ଼ିତା ମହିଳାଙ୍କର ମୃତ୍ୟୁ ହୋଇଛି ଏବଂ ମୃତଦେହ ରାସ୍ତା ମଝିରେ ପଡ଼ିଛି। ସେତିକିବେଳେ ଜଣେ ପୁରୁଷ ମହିଳାଙ୍କ ହାତରୁ ସୁନା ଚୁଡି କାଢୁଛନ୍ତି। ଏହି ଭିଡିଓକୁ ଆଧାର କରି ମୁମ୍ବାଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ଅଭିଯୁକ୍ତର ସନ୍ଧାନ କରୁଛନ୍ତି।

ଅପରପକ୍ଷରେ ଏହି ଦୁର୍ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

Comments are closed.