Latest Odisha News

BREAKING NEWS

ଇମ୍ରାନ୍ ଖାନଙ୍କୁ ଗୁଳି ମାରିଥିବା ଦୁର୍ବୃତ୍ତକୁ ହତ୍ୟା: ଏଏଫପି

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ଆକ୍ରମଣକାରୀକୁ ହତ୍ୟା କରାଯାଇଛି। ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ରହିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହି ରିପୋର୍ଟ ପ୍ରକାଶ କରିଛି। ତେବେ ଆଉ କିଛି ଖବର ପ୍ରକାଶ ପାଇଛି ଯେଉଁଥିରେ ଆକ୍ରମଣକାରୀ ଗିରଫ ହୋଇଥିବା ସୂଚନା ରହିଛି। ହେଲେ ଯେଉଁ ବ୍ୟକ୍ତି ଏବେ ପାଲଟା ଗୁଳି ମାଡରେ ପ୍ରାଣ ହରାଇଛି ତାର ପରିଚୟ ବାବଦରେ ସୂଚନା ମିଳିନାହିଁ। ସେହିପରି ସେ କେଉଁ ଉଦ୍ଦେଶ୍ୟ ରଖି ଇମ୍ରାନ ଖାନଙ୍କ ଉପରକୁ ଗୁଳି ମାଡ଼ କରିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ପାକିସ୍ତାନୀ ମିଡିଆର ରିପୋର୍ଟ ଅନୁଯାୟୀ, ଦୁର୍ବୃତ୍ତର ଗୁଳି ମାଡରେ ଇମ୍ରାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ୱାଜିରାବାଦର ଆଲ୍ଲା ହୋ ଚକ୍ ନିକଟରେ ପିଟିଆଇ ଦଳର ସଭାପତି ଇମ୍ରାନ ଖାନଙ୍କ କଣ୍ଟେନର ଉପରେ ଗୁଳି ମାଡ ହୋଇଥିଲା। ଯଦିଓ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ତାଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କ ଡାହାଣ ଗୋଡରେ ଏକ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଛି। ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ ତାଙ୍କ କଣ୍ଟେନରରୁ ବାହାର କରି ବୁଲେଟ୍ ପ୍ରୁଫ୍ କାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଇମ୍ରାନ ଖାନଙ୍କ ଦଳ ପିଟିଆଇ ଏବେ ଦେଶରେ ପଦଯାତ୍ରା କରୁଛି। ଆଜି ପଦଯାତ୍ରାର ସପ୍ତମ ଦିନ। ଏବେ ଇମ୍ରାନ ଖାନ ଲାହୋରରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ପଦଯାତ୍ରା ସମୟରେ ସେ ଯେଉଁ କଣ୍ଟେନରରେ ଥିଲେ ସେହି କଣ୍ଟେନର ଉପରକୁ ଗୁଳି ମାଡ଼ ହୋଇଥିଲା।

ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ପରେ ପୁଣି ଥରେ ପାକିସ୍ତାନ ରାଜନୀତିରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ମଧ୍ୟ ଏକ ରାଲିରେ ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ବିଲାୱାଲ ଭୁଟ୍ଟୋ ପାକିସ୍ତାନ ସରକାରରେ ବୈଦେଶିକ ମନ୍ତ୍ରୀ ରହିଛନ୍ତି। ଯାହାଙ୍କ ବିରୋଧରେ ଇମ୍ରାନ ଖାନ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.