Latest Odisha News

BREAKING NEWS

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ ।

ମୃତକଙ୍କ  ନାଁ ଶୁକଲାଲ ମୁଣ୍ଡା । ଅଭିଯୋଗ ହୋଇଛି, ତାଙ୍କ ପରିବାର ସହ ସେହି ଗାଁର କିଛି ଲୋଙ୍କ ସହ ସବୁବେଳେ ଝଗଡ଼ା ହେଉଥିଲା । ଶୁକଲାଲ ଗୁଣି କରୁଥିବା ସେମାନେ ସନ୍ଦେହ କରୁଥିଲେ । ଗତ ୧୫ ତାରିଖ ରାତିରେ ପୁଣି ଝଗଡ଼ା ହେବାରୁ ଶୁକଲାଲ ଗୁଣି କରୁଥିବା ସନ୍ଦେହରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ଶୁକଲାଲଙ୍କ ପତ୍ନୀ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ । ଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଝୁମ୍ପୁରା ଥାନା ପୋଲିସ ।

Leave A Reply

Your email address will not be published.