Latest Odisha News

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଇଲେ ପ୍ରେମିକ

ଆଜିକାଲି ସୋସିଆଲ ମିିଡ଼ିଆରେ ପ୍ରତ୍ୟେକ ଦିନ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଅନେକ ଭିଡ଼ିଓକୁ ଦେଖି ଲୋକେ ଚକିତ ହୋଇପଡ଼ନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଉ କଣ ସବୁ ଆଖି ଦେଖିବାକୁ ପାଇବ ବୋଲି ମତ ଦେଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ହେଲିକପ୍ଟର ଯୋଗେ ନିଜ ପ୍ରେମିକାକୁ ଆଣିଛନ୍ତି । ଜଣେ ଯୁବକ ଓ ତାଙ୍କ ଗର୍ଲଫ୍ରେଣ୍ଡ ଏକ ହେଲିକପ୍ଟରରୁ ଓହ୍ଲାଉଛନ୍ତି । ପ୍ରଥମ ଯୁବକ ଜଣକ ଓହ୍ଲାଇବା ପରେ ଗର୍ଲଫ୍ରେଣ୍ଡର ହାତକୁ ଧରି ଓହ୍ଲାଇ ଦେଉଛନ୍ତି । କେବଳ ସେତିକି ନୁହେଁ, ଗର୍ଲଫ୍ରେଣ୍ଡ ହେଲିକପ୍ଟରରୁ ଓହ୍ଲାଇବା ବେଳେ ତାଙ୍କ ଗୋଡ଼ ତଳେ ବିଡ଼ା ବିଡ଼ା ଟଙ୍କା ରଖାଯାଇଛି । ତାହା ଉପରେ ଯୁବତୀ ଜଣକ ପାଦ ରଖି ଆଗକୁ ବଢୁଛନ୍ତି । ଏପରିକି କିଛି ନୋଟ ସେଠାରେ ବିଛାଡି ହୋଇ ପଡ଼ିଥିବାର ଦେଖାଯାଏ । ଏହି ବ୍ୟକ୍ତିଙ୍କ ଧନ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଯୁବକଙ୍କ ଏପରି କାର୍ଯ୍ୟକୁ ଲୋକେ ନାପସନ୍ଦ କରିଛନ୍ତି ।

Comments are closed.