ଜୟପୁର: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସରକାରୀ କର୍ମଚାରୀ ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ କିନ୍ତୁ ଅବସର ଦିନ ଦୁନିଆରୁ ଅଲବିଦା କହିଗଲେ।
ସ୍ବେଚ୍ଛାକୃତ ଅବସର ଦିନ ସ୍ବାମୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏହି ସମୟରେ ସେଠାରେ ବସିଥିବା ତାଙ୍କ ପତ୍ନୀଙ୍କର ହଠାତ୍ ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ଦେବେନ୍ଦ୍ର ସାନଦାଲଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ରୀୟ ୱେୟାର ହାଉସିଂ କର୍ପୋରେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେବେନ୍ଦ୍ରଙ୍କ ପତ୍ନୀ ଟିନା ମଧ୍ୟ ଯୋଗ ଦେଇଥିଲେ। ହେଲେ ହଠାତ ତାଙ୍କ ପତ୍ନୀଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ ଚେୟାରରେ ଆଉଜି ବସି ଯାଇଥିଲେ। ସ୍ୱାମୀ ତାଙ୍କ ପିଠି ଆଉଁସି ଦେବା ପରେ ସେ ଟେବୁଲ ଉପରେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.