Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ଆକ୍ରମଣ, ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିିୱାଲଙ୍କ ଉପରେ ମଙ୍ଗଳବାର କେହି ଦୁବୃର୍ତ୍ତ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିବା ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ସଚିବାଳୟରେ ଆଜି ଅପରାହ୍ନରେ ଜଣେ ଯୁବକ ତାଙ୍କ ଆଖିଲେ ଲଙ୍କାଗୁଣ୍ଡ ପକାଇଦେଇଛି । ଆଜି କେଜ୍ରିିୱାଲ ସଚିବାଳୟ ପରିସରରେ ଥିବା ନିଜ ଚାମ୍ବରରୁ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ବାହାରୁଥିବାବେଳେ ଅଚାନକ ଜଣେ ଯୁବକ ଜଣଙ୍କ ତାଙ୍କ ମୁହଁକୁ ଲକ୍ଷ୍ୟକରି ଲଙ୍କାଗୁଣ୍ଡ ଫିଙ୍ଗିଥିଲା ।

ଏହି ସମୟରେ କେଜ୍ରିୱାଲଙ୍କ ଚଷମା ଭାଙ୍ଗି ଯାଇଥିବାବେଳେ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପଶିଯାଇ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ ତୁରନ୍ତ ସମ୍ପୃକ୍ତ ଯୁବକକୁ ଗିରଫ କରିଥିବାବେଳେ ଯୁବକଙ୍କ ନାମ ଅନିଲ କୁମାର ଶର୍ମା ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି ।

ଉଲ୍ଲେଖଯୋଗ୍ୟ ଯେ କେଜରିଓ୍ଵାଲଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଥିଲା । ୨୦୧୪ ମସିହାରେ ଜଣେ ଯୁବକ ତାଙ୍କୁ ଚାପୁଡା ମାରିଥିଲାବେଳେ ତାଙ୍କ ଉପରକୁ ସ୍ୟାହି ପକାଇବା ଭଳି ଘଟଣା ପୂର୍ବରୁ ନଜରକୁ ଆସିଛି ।

Leave A Reply

Your email address will not be published.