Latest Odisha News

BREAKING NEWS

ମୟୁରଭଞ୍ଜ: ଗୁଳିମାଡରେ ଶିକାରୀ ଆହତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଡାପାଇ ଜଙ୍ଗଲରେ ହୋଇଥିବା ଏକ ଗୁଳି କାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକଙ୍କ ଦେହରେ ଭୁଲ ବଶତଃ ଏକ ଶିକାରୀ ଗୁଳି ବାଜି ଯାଇଥିବା ନେଇ ଅନୁମାନ କରାଯାଉଛି । ଯିଏକି ବାରହାକୁ ଲକ୍ଷ୍ୟ ଭେଦ କରୁଥିଲା ।

ଅନ୍ୟପକ୍ଷରେ ଆହତ ବ୍ୟକ୍ତି ଜଣଙ୍କ ଅଡପଡା ଗ୍ରାମର ବାସିନ୍ଦା ହୋଇଥିବାବେଳେ ସେ ଜଣେ ଶିକାରୀ ବୋଲି ଜଣାପଡିଛି । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.