Latest Odisha News

ଦଳିଦେଲା ଦନ୍ତା, ଜଣେ ମୃତ

କାମାକ୍ଷାନଗର: ଦଳିଦେଲା ଦନ୍ତା। ଢ଼େଙ୍କାନାଳ ଜିଲ୍ଲା ଡ଼ମୋଳ ଗାଁରେ ଏହି ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ନାଳ ଭିତରେ ଦଳିଦେଲା ଦନ୍ତା। ମୃତକ ଜଣକ ହେଲେ ଡ଼ମୋଳ ଗାଁର କମାର ବେହେରା।

କମାର ଆଜି ଭୋର ପ୍ରାୟ ୫ଟା ସମୟରେ ଗାଁ ପାଖ ଜୋରକୁ ଗାଧୋଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ସେହି ସମୟରେ ଦୁଇଟି ଦନ୍ତା ହାତୀ ଏକକାଳୀନଭାବେ କମାରକୁ ଆକ୍ରମଣ କରିଥିଲେ। ଦନ୍ତାଟି ଶୁଣ୍ଢରେ କମାରଙ୍କୁ ଫୋପାଡ଼ି ଦେଇଥିଲେ।

ଖବର ପାଇ ପରିବାର ଲୋକେ ତାଙ୍କୁ ଜୋର ନିକଟରୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମହାବିରୋଡ଼ ଭାରପ୍ରାପ୍ତ ରେଞ୍ଜର ସତ୍ୟ ନାରାୟଣ ସାହୁ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସରକାରୀ ଅନୁକମ୍ପା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.