ବ୍ରିଟେନ୍: ସାଧାରଣତଃ ଅଧିକାଂଶ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯାଇଥାନ୍ତି । କିନ୍ତୁ ବ୍ରିଟେନ୍ର ଜଣେ ଯୁବକ କେବଳ ସ୍ପା ପାଇଁ ନିୟମିତ ବିମାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ଚର୍ଚ୍ଚାକୁ ଆସିଛନ୍ତି ।
ବ୍ରିଟେନରେ ରହୁଥିବା କାଲୁମ୍ ରିୟାନ୍ ନାମକ ଜଣେ ଯୁବକ ଲଣ୍ଡନରୁ ବୁଦାପେଷ୍ଟକୁ ବିମାନରେ ଯାଇଥିଲେ । କାରଣ ସେ ଏକ ସ୍ୱତନ୍ତ୍ର ସ୍ପା କରିବାକୁ ଯାଇଥିଲେ, ଯେଉଁଥିରେ ସ୍ନାନ କରିବାର ବିଭିନ୍ନ ପଦ୍ଧତି ମଧ୍ୟ ରହିଥିଲା । ଏନେଇ କାଲୁମ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । କାଲୁମ କହିଛନ୍ତି ଯେ, ସକାଳୁ ସକାଳୁ ବୁଦାପେଷ୍ଟରେ ପହଞ୍ôଚଯାଇଥିଲି । କାରଣ ଏହି ସ୍ପା କେନ୍ଦ୍ରରେ ପ୍ରବଳ ଭିଡ଼ ହୋଇଥାଏ । ଶୀଘ୍ର ନ ଗଲେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥାଏ । ବିମାନବନ୍ଦରରୁ ସିଧା ସିଜେନି ବାଥ ସ୍ପା କେନ୍ଦ୍ରକୁ ଯାଇଥିଲି ।
ଆପଣ ଭାବୁଥିବେ ମୁଁ ଧନୀ ଘରର ପିଲା କିମ୍ବା ମୋ ପାଖରେ ଅଧିକ ଟଙ୍କା ଅଛି । ସେଥିଲାଗି ମୁଁ ସ୍ପା କରିବାକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛି । ସେୟା ନୁହେଁ । ମୁଁ ଜଣେ ସାଧାରଣ ଯୁବକ । କାରଣ ଲଣ୍ଡନରେ ସ୍ପା ଚାର୍ଜ ବହୁତ ଅଧିକ । ଏମିତି କି ଲଣ୍ଡନରେ ସ୍ପା ମୂଲ୍ୟ ୧୦ ହଜାରରୁ ୪୦ ହଜାର ମଧ୍ୟରେ ରହିଥାଏ । ବୁଦାପେଷ୍ଟରେ ମାତ୍ର ୪ ହଜାର ଟଙ୍କାରେ ସ୍ପା ହୋଇଯାଇଥାଏ । ଆଉ ବିମାନର ରାଉଣ୍ଡ ଟ୍ରିପ ଟିକେଟର ମୂଲ୍ୟ ପ୍ରାୟ ୩ ହଜାର ଟଙ୍କା । ମୋଟରେ ଦେଖିବାକୁ ଗଲେ ମାତ୍ର ୭୦୦୦ ଟଙ୍କାରେ ମୁଁ ସ୍ପା କରିପାରିଲି । ସେଥିଲାଗି ମୁଁ ଏଠାକୁ ନିୟମିତ ଆସେ ।
Comments are closed.