Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ରାହୁଲଙ୍କ ସ୍ଥାନରେ ସାମିଲ ହେଲେ ଈଶାନ କିଶାନ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଚୟନକର୍ତା କେଏଲ ରାହୁଲଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ଦଳରେ ସାମିଲ କରିଛନ୍ତି । ଚଳିତ ଆଇପିଏଲ ଅବସରରେ ରାହୁଲ ଆଘାତପ୍ରାପ୍ତ ହୋଇଥିଲେ । ପରେ ସେ ଆଇପିଏଲ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରି ଯାଇଥିଲେ । ଷ୍ଟାଣ୍ଡବାଇ ଖେଳାଳି ଭାବେ ରିତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରାଯାଇଛି । ୭ରୁ ୧୧ ଜୁନ ପର୍ଯ୍ୟନ୍ତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପେସ ବୋଲର ଜୟଦେବ ଉନାଡକଟ ଓ ଉମେଶ ଯାଦବ ଆଘାତପ୍ରାପ୍ତ ହୋଇଛନ୍ତି । ବିସିସିଆଇର ମେଡିକାଲ ଟିମ ସେମାନଙ୍କ ଉପରେ ନଜର ରଖିଛି । ଈଶାନ ଆବଶ୍ୟକ ପଡିଲେ ୱିକେଟ କିପିଂ ମଧ୍ୟ କରିପାରିବେ । ଗତ ସଂସ୍କରଣର ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାସ୍ତ ହୋଇଥିଲା । ଏଥର ଚାମ୍ପିୟନ ହେବା ଲକ୍ଷ୍ୟରେ ଟିମ ଇଣ୍ଡିଆ ଫାଇନାଲରେ ପ୍ରଦର୍ଶନ କରିବ ।

ଭାରତୀୟ ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଈଶାନ କିଶାନ, କେଏସ ଭାରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଡକଟ ।

Leave A Reply

Your email address will not be published.