Latest Odisha News

BREAKING NEWS

ନିଶାଶକ୍ତ ଯୁବକଙ୍କ ପାଇଁ ଅଗ୍ନିଶମ ବିଭାଗ ନାକେଦମ

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ପାଇଁ ନାକେଦମ ହେଲା ଅଗ୍ନିଶମ ବିଭାଗ । ଗତକାଲି ଅପରାହ୍ନରେ କିଛି ଏମତି ଏକ ଘଟଣାକୁ ନେଇ ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଗାଁ ଚର୍ଚ୍ଚାକୁ ଆସିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ବାସିପିଠା ଗାଁର ସୁନ୍ଦର ମୋହନ ସିଂଙ୍କ ପୁଅ ଜଗନ୍ନାଥ ନିଶାଶକ୍ତ ଅବସ୍ଥାରେ ପରିବାର ଲୋକଙ୍କ ସହ କୌଣସି କାରଣରୁ ଝଗଡା କରିଥିଲା । ପରବର୍ତ୍ତି ସମୟରେ ଘରୁ ବାହାରି ଆସି ଗାଁ ଛକରେ ଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ଉପରକୁ ଚଢିଯାଇଥିଲା । ବିପଦ ସଙ୍କୁଳ ଅବସ୍ଥାରେ ଜଗନ୍ନାଥଙ୍କୁ ଦେଖି ଗାଁ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଶାରେ ଚୁର୍ ଥିବା ଜଗନ୍ନାଥ କିନ୍ତୁ କାହାରି କଥା ଶୁଣିବା ସ୍ଥିତିରେ ନଥିଲା । ଶେଷରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ୭୦ ଫୁଟ୍ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରେ ଶୋଇଥିବା ଅବସ୍ଥାରେ ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଜଗନ୍ନାଥ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.