Latest Odisha News

BREAKING NEWS

ଏ ସରକାରୀ ବାବୁ ! ୟାଙ୍କର ତ୍ରିରଙ୍ଗାକୁ ଖାତିର ନାହିଁ…

ଭୁବନେଶ୍ୱର: ତ୍ରିରଙ୍ଗା ଯାହା ନାଁ କାନରେ ପଡିଲେ, ଦେହରେ ଶିହରଣ ସୃଷ୍ଟି ହୁଏ । ହେଲେ ଏଠି ତ୍ରିରଙ୍ଗାକୁ ଏତେ ଅସମ୍ମାନ !  ଫରଫର ଉଡୁଥିବା ତ୍ରିରଙ୍ଗାରେ ଚାଲିଛି ଧୂଳିପୋଛା ! ଯେଉ ତ୍ରିରଙ୍ଗା ଦେଖିଲେ  ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯାଏ ତାର ପୁଣି ଏତେ ଅମର୍ଯ୍ୟଦା !

ସୋସିଆଲ ମିଡିଆରେ ଏକ ଭିଡିଓ  ଭାଇରାଲ ହୋଇଛି ଯେଉଁଥିରେ ତ୍ରିରଙ୍ଗା ଧରି ଜଣେ ବ୍ୟକ୍ତି ଟେବୁଲ ଚେୟାର ପୋଛି ଚାଲିଛନ୍ତି । ନିଜ ବସିବା ଚେୟାରକୁ ଏହି ତ୍ରିରଙ୍ଗାରେ ପିଟି ପିଟି ସଫା କରୁଛନ୍ତି । ଶେଷରେ ନିଜ ହାତକୁ ପୋଛି ରଖୁଛନ୍ତି ।

କୁହାଯାଉଛି, ଭିଡିଓରେ ଥିବା ବାବୁ ଜଣକ କୁଆଡେ ଗୋପ ବ୍ଲକର ଜଣେ ସରକାରୀ କର୍ମଚାରୀ। ଜଣେ  ସରକାରୀ  କର୍କଚାରୀଙ୍କ ଏପରି କାମକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତ୍ରିରଙ୍ଗା ପତାକା ଖାଲି କପଡାଟିଏ ନୁହେଁ । ଏହା ସହ ପ୍ରତ୍ୟେକ ଭାରତୀୟଙ୍କର ରହିଛି ଭାବଗତ ସମ୍ପର୍କ । ତା ଛଡା ପିଲାବେଳୁ ଆମକୁ ଏମିତି ଶିକ୍ଷା ବି ଦିଆଯାଇଛି ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ । ହେଲେ ଏ ବାବୁ ଜଣଙ୍କର ତ୍ରିରଙ୍ଗା ପ୍ରତି  ଭାଗଗତ ସମ୍ପର୍କ ତ ଥିବା ପରି ମନେ ହେଉନି । ଏପରିକି ପିଲାଦିନର ଶିକ୍ଷା ବି ସ୍ମରଣ ନାହିଁ ।  ତେଣୁ ନିଃସଙ୍କୋଚରେ ପୋଛା ମାରି ଚାଲିଛନ୍ତି ।  ଏହା ଭାରତୀୟଙ୍କ ପାଇଁ ଦୁର୍ଭାଗ୍ୟର କଥା ନୁହେଁ ତ ଆଉ କ’ଣ ?

ତେବେ ଏଠି ଗୋଟିଏ  ପ୍ରଶ୍ନ , ଯେଉଁମାନେ ତ୍ରିରଙ୍ଗାକୁ ଅସମ୍ମାନ କରୁଛନ୍ତି, ସେମାନେ ନିଜକୁ ଭାରତୀୟ ବୋଲି ଦାବି କରି ପାରିବେ ତ?

 

Leave A Reply

Your email address will not be published.