Latest Odisha News

BREAKING NEWS

ତାପସୀଙ୍କ ଫିର ଆଇ ହସୀନ ଦିଲରୁବାର ଜାରୀ ହେଲା ପୋଷ୍ଟର

ମୁମ୍ବାଇ: ତାପସୀ ପନ୍ନୁ ପୁନର୍ବାର ହସୀନ ଦିଲରୁବା ହୋଇ ଆସୁଛନ୍ତି । ଗୁରୁବାର ଏହାର ପ୍ରଥମ ପୋଷ୍ଟର ଜାରୀ କରାଯାଇଛି । ଆନନ୍ଦ ଏଲ ରାୟ ଏହାର ନିର୍ଦ୍ଦେଶନା ଦେବେ । ତାପସୀଙ୍କ ବ୍ୟତୀତ ବିକ୍ରାନ୍ତ ମେସି ଓ ଭିକ୍କି କୌଶଲଙ୍କ ଭାଇ ସନୀ କୌଶଲ ଏଥିରେ ଅଭିନୟ କରୁଛନ୍ତି । ପୂର୍ବରୁ ତାପସୀଙ୍କ ହସୀନ ଦିଲରୁବା ୨୦୨୧ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏଥିରେ ତାପସୀଙ୍କ ସହ ହର୍ଷବର୍ଦ୍ଧନ ରାଣେ ଅଭିନୟ କରିଥିଲେ । ଏହି ରୋମାଂଟିକ ଥ୍ରୀଲର ଓଟିଟିରେ ରିଲିଜ ହେବ କି ପ୍ରେକ୍ଷାଳୟରେ ତାହା ଚୂଡାନ୍ତ ହୋଇ ନାହିଁ ।

ପ୍ରକାଶିତ ପୋଷ୍ଟରରେ ତାପସୀ ତାଜମହଲଙ୍କ ସାମ୍ନା କରି ବସିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଗ୍ରା ସହରକୁ ନେଇ ଏହାର କାହାଣୀ ଲେଖାଯାଇଛି । ପୋଷ୍ଟରରେ ଲେଖାଯାଇଛି ଏକ ନୟା ସହର ମେଁ, ଫିର ଏକ ବାର ତହଲମା ମଚାନେ ଆ ରହି ହେ ହମାରୀ ହସୀନ ଦିଲରୁବା ।

Leave A Reply

Your email address will not be published.