Latest Odisha News

BREAKING NEWS

କୁଆଡ଼େ ଗଲେ ବଣେଇ ବ୍ଲକ ଉପାଧ୍ୟକ୍ଷ ? ୭ ଦିନ ହେଲା ମିଳୁନି ପତ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କ ନିଖୋଜକୁ ୭ ଦିନ ବିତିଲାଣି । ସପ୍ତାହକ ପରେ ବି ବିନତିଙ୍କ କୌଣସି ଖୋଜ ଖବର ନାହିଁ । ବିନତିଙ୍କୁ ଅପହରଣ କରାଯାଇ ଥିବା ନେଇ ସ୍ୱାମୀ ପ୍ରସନ୍ନ ବେହେରା ଟିକାୟତପଲୀ ଥାନାରେ ଏତଲା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ୪ ତାରିଖରେ ବିନତି ପୁଅକୁ ଖମରା ସ୍ଥିତ ସ୍କୁଲରେ ଛାଡ଼ି ଆଉ ଘରକୁ ଫେରି ନଥିଲେ । ଅନେକ ଖୋଜାଖୋଜି ପରେ ବିନତିଙ୍କୁ ନ ପାଇବାରୁ ୬ ତାରିଖରେ ସ୍ୱାମୀ ପ୍ରସନ୍ନ ଥାନାରେ ସ୍ତ୍ରୀକୁ ଅପହରଣ କରାଯାଇଥିବା ସନ୍ଦେହ କରି ଏତଲା ଦେଇଥିଲେ ।

ଏନେଇ ସ୍ଥାନୀୟ ଏସଡପିଓଙ୍କ କହିବା କଥା, ବିନତୀ ତାଙ୍କ ପୁଅକୁ ସ୍କୁଲ୍ ଛାଡ଼ିବାକୁ ୪ ତାରିଖରେ ଯାଇଥିଲେ । ସେବେଠୁ ନିଖୋଜ ଅଛନ୍ତି । ଅଭିଯୋଗ ଅନୁସାରେ, ପୋଲିସ ସବୁ ଦିଗକୁ ନଜରରେ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.