ବିଜୟୱାଡ଼ା: ପାଗଳ କଲା ପରକୀୟା ପ୍ରୀତି । ଭଲ ଲାଗିଲାନି ପତ୍ନୀଙ୍କ ପ୍ରେମ । ତେଣୁ ପତ୍ନୀଙ୍କୁ ଛାଡ଼ି ପ୍ରେମିକାଙ୍କ ପାଖକୁ ଧାଉଁଥିଲେ ଏଇ ବିବାହିତ ପୁରୁଷ ଜଣକ । ତଥାପି ମନ ବୁଝିଲାନି । ପ୍ରେମିକାଙ୍କୁ ପାଇବାକୁ ହେଲେ ପତ୍ନୀଙ୍କଠାରୁ ମୁ୍କ୍ତି ଦରକାର । ରାସ୍ତାରୁ ପତ୍ନୀଙ୍କୁ ହଟେଇବା ପାଇଁ ଆପଣେଇଲେ ଅଭିନବ ଉପାୟ । ପତ୍ନୀଙ୍କୁ ମିଠା ମିଠା କଥାରେ ଭୁଲେଇ ଦେଇଦେଲେ ନିଶା ଇଞ୍ଜେକ୍ସନ । ଆଉ ଏକଥା ଜଣାପଡ଼ିବା ପରେ ପ୍ରେମ ପାଗଳ ଏଇ ଯୁବକ ଜଣକ ଜେଲରେ ଚକି ପେଶୁଛନ୍ତି । ଏମିତି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ।
୪୦ ବର୍ଷୀୟ ଅଭିଯୁକ୍ତ ଏମ ଚରଣ ତାଙ୍କ ପତ୍ନୀଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ତାଙ୍କର ପୂର୍ବରୁ ଏକ କନ୍ୟସନ୍ତାନ ଥିବାବେଳେ ପତ୍ନୀ ତାଙ୍କର ଗର୍ଭବତୀ ଥିଲେ । ଝିଅ ହେବାରୁ ମଧ୍ୟ ଚରଣ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ । ଏଥର ପୁତ୍ର ସନ୍ତାନ ଜନ୍ମଦେବାକୁ ବାରମ୍ବାର କହୁଥିଲା । ପତ୍ନୀ ଆହୁରି ଅଭିଯୋଗ କରିଛନ୍ତି ଯେ, ତଲାକ ଦେବାକୁ ଚରଣ ତାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ । ହେଲେ ସେ ଦେଉ ନ ଥିଲେ । କିନ୍ତୁ ପରେ ତାଙ୍କୁ ମିଠା କଥା କହି ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନା ନେଇଥିଲେ ।
ସେଠାରେ ଗର୍ଭାବସ୍ଥାରେ ଏପରି ଇଞ୍ଜେକ୍ସନ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଏକ ଇଞ୍ଜେକ୍ସନ ଦେଇଥିଲେ । ହେଲଷ ଡାକ୍ତରଙ୍କ ସହ ସଲାସୁତରା କରି ତାଙ୍କୁ ଏଚଆଇଭି ଇଞ୍ଜେକସନ ଦେଇଛନ୍ତ । ପରବର୍ତ୍ତୀ ସମୟରେ ମହିଳା ଜଣକ ଯେତେବେଳେ ମେଡିକାଲ କରିବାକୁ ଯାଇଥିଲେ, ସେଠାରେ ସେ ଏଚଆଇଭି ସଂକ୍ରମିତ ବୋଲି ଜାଣଇବାକୁ ପାଇଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ପୋଲିସ ଚରଣଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
Comments are closed.