Latest Odisha News

BREAKING NEWS

ପଞ୍ଜାବ ଗୁରୁଦାସପୁରରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌,ଗୁଳି କରି ହଟାଇଲା ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ଼ : ପାକିସ୍ତାନ ଡ୍ରୋନକୁ ନେଇ ଆସିଲା ନୂଆ ତଥ୍ୟ । ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ୨ ଟି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ଗୁଳି କରି ହଟାଇଛନ୍ତି ସୁରକ୍ଷା ବଳ(BSF) । ଏନେଇ ସୂଚନା ଦେଇଛନ୍ତି ବିଏସ୍‌ଫ ଡିଆଇଜି ପ୍ରଭାକର ଯୋଶୀ ।

ବିଏସ୍‌ଫ ଡିଆଇଜି ପ୍ରଭାକର ଯୋଶୀ କହିଛନ୍ତି ଯେ, ରବିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ପାକିସ୍ତାନ ପଟୁ ଗୋଟିଏ ଡ୍ରୋନ ଉଡ଼ି ଆସି ଗୁରୁଦାସପୁରର କୋସ୍‌ଓ୍ୱାଲ ପୋଷ୍ଟରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା  । ସଙ୍ଗେ ସଙ୍ଗେ ଡ୍ରୋନଟି ଉଡ଼ୁଥିବାର ଦେଖି ସୁରକ୍ଷାବଳ ଗୁଳି ଚାଳନା କରିଥିଲେ ଆଉ ଡ୍ରୋନଟି ପଳାଇଯାଇଥିଲା  । ଏହାପରେ ରାତି ୧୨ଟା ସମୟରେ ଚନ୍ଦୁଓ୍ୱାଡଲାଠାରେ ଆାଉ ଗୋଟିଏ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା  । ପରେ ବିଏସ୍‌ଏଫ୍ ଙ୍କ ଦ୍ୱାରା ଡେରା ବାବା ନାନକରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ତାହା ଏବେ ମଧ୍ୟ ଜାରି ରହିଛି  । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି  ।

ତେବେ ଗତ ସେପ୍ଟେମ୍ବର ୧୨ ତାରିଖରେ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଉଡ଼ୁଥିବାର ଦେଖିବାକୁ ପାଇଥିଲେ ସୁରକ୍ଷାବଳ (ବିଏସଏଫ୍‌) ଗୁଳି କରି ହଟାଇ ଦେଇଥିଲେ ଫଳରେ ଡ୍ରୋନଟି ପାକିସ୍ତାନକୁ ଫେରି ଯାଇଥିଲା  । ସେହିପରି ଗୁରୁଦାସପୁରର ଚକ୍ରି ପୋଷ୍ଟରେ  ପାଖାପାଖି ପ୍ରାୟ ୨୫ ମିନିଟ ଧରି ଡ୍ରୋନଟି ଉଡ଼ିବା ପରେ  ସୁରକ୍ଷା ବଳ ଗୁଳି ଚାଳନା କରି ହଟାଇଥିଲେ  ।

Leave A Reply

Your email address will not be published.