Latest Odisha News

BREAKING NEWS

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ ବ୍ୟକ୍ତି ୮୯ ବର୍ଷ ବୟସ ପର୍ଯ୍ୟନ୍ତ ଭାତ ନ ଖାଇ ଶେଷରେ ମୃତ୍ୟୁବରଣ କରିଛନ୍ତି ।

ରଘୁନାଥ ପେନିକର ନାମକ ଜଣେ ବ୍ୟକ୍ତି ସାରା ଜୀବନ କେବେ ବି ଭାତ ଖାଇନଥିଲେ । ଶେଷରେ ୮୯ ବର୍ଷ ବୟସରେ ସୋମବାର ଦିନ ସେ ମୃତ୍ୟୁକୁ ଆବରଣ କରିଛନ୍ତି । ଗତକାଲି ସୁଦ୍ଧା ସେ ଭାତ କିମ୍ବା ଭାତ ଜାତୀୟ ଖାଦ୍ୟକୁ ଗ୍ରହଣ କରିବାକୁ ରୋକଠୋକ ମନା କରିଥିଲେ ।

ସ୍ଥାନୀୟ ଲୋକଙ୍କ ସାମ୍ନାରେ ସେ ଜଣେ ବିସ୍ମୟକର ମଣିଷ ରୂପେ ପରିଚିତ ଥିଲେ । ଛୋଟବେଳେ ତାଙ୍କୁ ଯେତେବେଳେ ଭାତ ଖାଇବାକୁ ଦିଆଯାଇଥିଲା, ସେ ବାନ୍ତି କରିପକାଇଥିଲେ । ସେବେଠୁ ତାଙ୍କ ପରିବାର ଲୋକ କେବେ ବି ତାଙ୍କୁ ଖାଦ୍ୟ ରୂପେ ଭାତ ଦେବାକୁ ସାହାସ କରିନଥିଲେ । ସବୁଦିନ ପାଇଁ ତାଙ୍କ ଖାଦ୍ୟ ତାଲିକାରୁ ଭାତକୁ ବାରଣ କରାଯାଇଥିଲା । କୌଣସି ଉତ୍ସବ କିମ୍ବା ବାହାଘରକୁ ଗଲେ ସେ କଦଳୀ କିମ୍ବା ଅନ୍ୟ ପରିବାରେ ପ୍ରସ୍ତୁତ ବ୍ୟଂଜନ ଗ୍ରହଣ କରିବାକୁ ପସନ୍ଦ କରୁଥିଲେ ।

Leave A Reply

Your email address will not be published.