Latest Odisha News

BREAKING NEWS

୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ପାଖାପାଖି ୭୦ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ସାଇବରାବାଦ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ୨୪ ରାଜ୍ୟ ଏବଂ ୮ଟି ବଡ଼ ବଡ଼ ସହରର ୬୬.୯ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଗିରଫ ବ୍ୟକ୍ତି ଜଣଙ୍କ ବିନୟ ଭରଦ୍ୱାଜ । ସେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ବଡ଼ ବଡ଼ ସଂସ୍ଥାର ଗ୍ରାହକଙ୍କ ତଥ୍ୟ ଯେଭଳି ଜିଏସଟି, ବିଭିନ୍ନ ରାଜ୍ୟର ପରିବହନ ସଂସ୍ଥା, ପ୍ରମୁଖ ଇ କମର୍ସ ସଂସ୍ଥା ଆଦିରୁ ତଥ୍ୟ ହାସଲ କରୁଥିଲେ ।

ଅଭିଯୁକ୍ତ ଜଣଙ୍କ ଅନ୍ୟମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ବିକ୍ରି କରୁଥିଲେ । ୬୬.୯ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଅଭିଯୁକ୍ତ ଜଣଙ୍କ ପାଖରେ ରହିଥିବା ବେଳେ ସେ ତାକୁ ୧୦୪ଟି ଭାଗରେ ବିଭକ୍ତ କରିଥିଲା । ଏପରିକି ସୈନ୍ୟ ବାହିନୀର ଅଧିକାରୀ, ସରକାରୀ ଅଧିକାରୀ, ପାନ କାର୍ଡଧାରୀଙ୍କ ସବୁ ତଥ୍ୟ ତା ପାଖରେ ରହିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ, ଇନସ୍ପାଏରୱେବଜେଡ୍ ନାମକ ୱେବସାଇଟ୍ ଜରିଆରେ ଫରିଦାବାଦ, ହରିୟାଣାରେ ଚୋରି ତଥ୍ୟକୁ ବିକ୍ରି କରୁଥିଲା । ଅଭିଯୁକ୍ତ ଠାରୁ ପୋଲିସ ୨ଟି ମୋବାଇଲ୍, ୨ଟି ଲାପଟପ୍ ସହ ବିଭିନ୍ନ ସମ୍ବେଦନଶୀଳ ତଥ୍ୟ ଜବତ କରିଛି ।

Leave A Reply

Your email address will not be published.