Latest Odisha News

BREAKING NEWS

ମଣିଷ ଶରୀରରେ ୩ଟି କିଡନୀ !

ବ୍ରାଜିଲ: ଅବିଶ୍ୱାସ ହେଲେ ବି ସତ ! ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ ରହିଥିବା ଜଣାପଡିଛି । ୩୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ପିଠିରେ ଗଭୀର ଯନ୍ତ୍ରଣା କରିବାରୁ ସାଓ ପାଓଲୋ ସ୍ଥିତ ହସ୍ପିଟାଲ ଡୋ ରୀମ୍‌କୁ ଯାଇ ଡାକ୍ତରଙ୍କ ପରାମର୍ଶ କରିଥିଲେ । ଡାକ୍ତର ସିଟି ସ୍କାନ୍ କରିବା ପରେ ଶରୀରରେ ଯନ୍ତ୍ରଣାର କାରଣ କଣ ଜାଣିପାରିଥିଲେ ।

ଲାଇଭ୍ ସାଇନ୍ସର ରିପୋର୍ଟ ମୁତାବକ, ସିଟି ସ୍କାନରେ ଦେଖିବାକୁ ମିଳିଥିଲା କି ବ୍ୟକ୍ତିଙ୍କର ହର୍ନିଏଟେଡ୍ ବା ସ୍ଲିପ୍‌ଡ ଡିସ୍କ ରହିଛି । ଛୋଟ ତକିଆ ଭଳି ଗୋଲାକାର ଜିନିଷ । ଯାହାକି ସ୍ପାଇନାଲ ଭର୍ଟିବ୍ରେଟ୍ ମଧ୍ୟରେ ରହିଛି । ଡାକ୍ତରମାନେ ଏହା ଅନୁମାନ କରିଛନ୍ତି ଯେ, ଭ୍ରୁଣର ବିକାଶ ସମୟରେ ଏହା ଘଟିଛି କି ଗୋଟିଏ କିଡନୀରୁ ଦୁଇଟି ଭାବେ ସୃଷ୍ଟି ହୋଇଛି । ସାଧାରଣତଃ ଏହି ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଇନଥାଏ । ଏଥିପାଇଁ ଲୋକେ ଏହା ବିଷୟରେ ସଚେତନ ହୋଇନଥାନ୍ତି , ଯେପର‌୍ୟ୍ୟନ୍ତ ଅସୁବିଧାରେ ପଡ଼ି ଚିକିତ୍ସା କରିନଥାନ୍ତି । ରିପୋର୍ଟରେ କୁହାଯାଇଛି କି ଏହି ବ୍ୟକ୍ତି ନିଜର ଏହି ଅତିରିକ୍ତ କିଡନୀ ପାଇଁ କୌଣସି ଚିକିତ୍ସା କରାଇନଥିଲେ, କେବଳ ନିଜର ପିଠି ଯନ୍ତ୍ରଣା ପାଇଁ ଓରାଲ୍ ପେନ୍ କିଲର ନେଇଥିଲେ ।

Leave A Reply

Your email address will not be published.