Latest Odisha News

BREAKING NEWS

ମୃତ୍ୟୁ ଯାହାଙ୍କ ପାଖ ମାଡି ପାରୁନି: ଫ୍ରେଡି ବ୍ଲୋମ ୧୧୬ ନଟଆଉଟ

ଆଡିଲେଡ: ବିଶ୍ୱର ଦୀର୍ଘାୟୁ ବ୍ୟକ୍ତି ଭାବେ ବିବେଚନା କରାଯାଉଥିବା ଫ୍ରେଡି ବ୍ଲୋମ ତାଙ୍କର ୧୧୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ୮ ମେ ୧୯୦୪ରେ ଫ୍ରୋଡି ଦକ୍ଷିଣ ଆଫ୍ରିକାର ଆଡିଲେଡରେ ଜନ୍ମ ଗ୍ରହଣ କରିଥିଲେ । ସେ ୨ ଟି ମହାମାଙ୍କୁ ନିକଟରୁ ଦେଖିଛନ୍ତି । ତାଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସ୍ପେନିଶ ଫ୍ଲୁରେ ତାଙ୍କ ଭଉଣୀ ମୃତ୍ୟୁବରଣ କରିଥିଲେ ।

ଫ୍ରେଡିଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ବୟସ୍କ ବ୍ୟକ୍ତି ଭାବେ ଗଣତି କରୁ ନାହିଁ । ୧୧୨ ବର୍ଷୀୟ ବ୍ରିଟେନର ବବ ୱେଟନଙ୍କୁ ଗିନିଜ ବୁକ୍ ଏହି ମାନ୍ୟତା ପ୍ରଦାନ କରିଛି । କରୋନା ସମ୍ପର୍କରେ ବ୍ଲୋମଙ୍କୁ ପଚରାଯିବାରୁ ସେ କହିଥିଲେ, ଏହା ମୋତେ ବିଶେଷ କରିଛି ଅସୁବିଧା କରୁ ନ ଥିଲେ ମଧ୍ୟ ସିଗାରେଟ ମିଳୁ ନ ଥିବାରୁ ବିରକ୍ତ ଲାଗୁଛି ।

Leave A Reply

Your email address will not be published.