Latest Odisha News

ଉନ୍ମୋଚିତ ହେଲା ‘ମନ ତଳେ ଯେବେଯେବେ ଫୁଲ ବର୍ଷା ହୁଏ’

ଭୁବନେଶ୍ୱର : ବିଶିଷ୍ଟ କବି ମିନତୀ ମିଶ୍ରଙ୍କର ଷଷ୍ଠ କବିତା ସଙ୍କଳନ ‘ମନ ତଳେ ଯେବେଯେବେ ଫୁଲ ବର୍ଷା ହୁଏ’ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କଥାକାର ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି ଓ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ସଙ୍କଳନଟି ଟାଇମପାସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି ।

ପ୍ରକାଶକ ସରୋଜ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବାଶିଷ ମହାପାତ୍ରଙ୍କ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାନ୍ତି ମହାନ୍ତି ଲୋକାର୍ପିତ ପୁସ୍ତକର ଶୀର୍ଷକ ଗୀତଟି ଗାନ କରିଥିଲେ ଏବଂ ଅବିନାଶ ସାହୁ ଏବଂ ଅରୁଣ ଦାସ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ପ୍ରକାଶକ ଶ୍ରୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.