Latest Odisha News

BREAKING NEWS

ଜେଲରେ ରାତି କାଟିଲେ ଗୁରୁଜୀ ମାନସ ଦାସ ଓ ପୁଅ, ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର: ଜେଲ ଯାଇଛନ୍ତି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ । ଖୋର୍ଦ୍ଧା ଜେଲରେ ବାପା-ପୁଅ ପ୍ରଥମ ରାତି କାଟିଛନ୍ତି । ଗତକାଲି ସେମାନଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି । ବୋଲଗଡ଼ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗତକାଲି ମାନସ ଦାସଙ୍କୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ ।

ଅଧିକ ଖୋଳତାଡ ଓ ତଥ୍ୟ ସଂଗ୍ରହ ପାଇଁ ବାପା-ପୁଅଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ପୋଲିସ। ଏଥିପାଇଁ ଆଜି କୋର୍ଟରେ ରିମାଣ୍ଡ ଆବେଦନ ହୋଇପାରେ । ମାନସ ଦାସଙ୍କ ନାଁରେ ଆଇପିସିର ଧାରା ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ରେ ମାମଲା ରୁଜୁ ହୋଇଛି । ହତ୍ୟା, ପ୍ରମାଣ ନଷ୍ଟ, ଧମକ ଓ ଅପହରଣ ଆଦି ଅଭିଯୋଗରେ ଦଫା ଲାଗିଛି ।

ଅଗଷ୍ଟ ୩ ତାରିଖରେ ସତ୍ୟବ୍ରତଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିଲା । ତଦନ୍ତ ବେଳେ ମାନସ ଦାସଙ୍କ ବିରୋଧରେ ପୋଲିସକୁ ପ୍ରମାଣ ମିଳିଛି ।

ମାନବବାଦ ସଂଗଠନ ନାଁରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ, ଧର୍ମାନ୍ତରୀକରଣ ଆଜି ଅଭିଯୋଗ ରହିଛି । ଲୋକ ଲଗାଇ ମାନସ ଦାସ ଲୋକଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ତାଙ୍କୁ ଗିରଫ କରିବାକୁ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ 10ଟି ଆଦିବାସୀ ଓ ଦଳିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.