Latest Odisha News

BREAKING NEWS

ଜାତୀୟ ରାଜପଥ କଡ଼ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁର୍ଘଟଣା ନା ହତ୍ୟା ?

ଯାଜପୁର: ଜାତୀୟ ରାଜପଥ କଡ଼ରୁ ୨ ଜଣଙ୍କର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଦୁର୍ଘଟଣା ନା ହତ୍ୟା ଏଯାଏ ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି । ଦୁଇ ଯୁବକ ମୁହଁ ମାଡ଼ି ପାଖାପାଖି ପଡ଼ିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକ ରାସ୍ତା କଡ଼ରେ ୨ଟି ମୃତଦେହ ପଡ଼ିଥିବା ଦେଖିଥିଲେ । ଏନେଇ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତକଙ୍କ ପରିଚୟ ଖୋଜା ଚାଲିଛି । ଏହା ଦୁର୍ଘଟଣା ନା ହତ୍ୟା ଅଧିକ ଖୋଳତାଡ ଜାରି ରହିଛି ପାଣିକୋଇଲି ଥାନା ପୋଲିସ । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.