Latest Odisha News

BREAKING NEWS

Happy Birthday Modiji: ବାଲୁକା ଆନିମେସନ ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ୭୫ତମ ଜନ୍ମଦିନ ଉପଲକ୍ଷେ ପୁରୀସ୍ଥିତ ମାନସ ସାହୁ ସ୍ଟୁଡ଼ିଓରେ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ବିଶ୍ୱକର୍ମା ପୂଜା ଏବଂ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ସାରା ବିଶ୍ୱରେ କାରିଗର ମାନେ ନିର୍ମାଣ କରିବା ପୂର୍ବରୁ ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି ତାଙ୍କ କଳାକୃତି କରିବା ପାଇଁ ଠିକ ସେହିପରି ନରେନ୍ଦ୍ର ମୋଦି ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରେ ବିଭିନ୍ନ କ୍ଷେତ୍ରରେ ଭାରତକୁ ନିର୍ମାଣ କରୁଛନ୍ତି। ସାରା ବିଶ୍ୱରେ ଯେପରି ଭାରତକୁ ଭବିଷ୍ୟତ ପାଇଁ ନିର୍ମାଣ କରୁଛନ୍ତି, ଭାରତ ଉଚ୍ଚ ଶିଖରରେ ପହଂଚି ପରିବା।

ବର୍ତ୍ତମାନ ଭାରତର ସ୍ଥାନ ସାରା ବିଶ୍ୱରେ ଉଦ୍ୟମାନ ସୂର୍ଯ୍ୟ ଭଳି ଆଲୋକିତ ହେଉଛି। ମୋଦିଙ୍କ ପ୍ରୟାସରେ ଭାରତ ବିକଶିତ ଦେଶ ଭାବରେ ଗଣତି ହେଉଛି। ତାଙ୍କର ୭୫ ତମ ଜନ୍ମଦିନରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଭୁ ବିଶ୍ୱକର୍ମା ଏବଂ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି। ଏହି ୧ ମିନିଟ ୧୫ ସେକେଣ୍ଡ ଭିଡ଼ିଓକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୨ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ Happy Birthday ର ଶୁଭେଚ୍ଛା ଦେବା ସହ Modi A Dazzling Diamond ର ବାର୍ତ୍ତା ମଧ୍ୟ ଦେଇଛନ୍ତି।

Comments are closed.