Latest Odisha News

BREAKING NEWS

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ଧରି କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ

ରିମାଣ୍ଡରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ଅଧିକ ଖୋଳତାଡ ଚଳାଇଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ପାଇଥିବା ସୂଚନା ମିଳିଛି ।

BjdElectrycity

ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି କୁଆଡ଼େ ଯାଇଛନ୍ତି ତଦନ୍ତକାରୀ ଟିମ୍ । ତାଙ୍କୁ ଗାଡ଼ିରେ ବସାଇ ନିଆଯାଇଛି । କୁଆଡ଼େ ନିଆଯାଇଛି ସେନେଇ ସ୍ପଷ୍ଟ ସୂଚନା ଦେଇନି କ୍ରାଇମବ୍ରାଞ୍ଚ ।

ଶର୍ମିଷ୍ଠାଙ୍କୁ ସାଙ୍ଗରେ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ୪ ଜିଲ୍ଲାରେ କ୍ରାଇମ ସ୍ପଟ୍ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାଶପୁରରୁ ମାନସଙ୍କୁ ଶର୍ମିଷ୍ଠା ଓ ସହଯୋଗୀ ଅପହରଣ କରିଥିଲେ । ଭୁବନେଶ୍ୱରରେ ଦୟାଲ ଆଶ୍ରମରେ ହତ୍ୟା କରିଥିଲେ ।

ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରେ ପୋତିଥିଲେ ମୃତଦେହ । ପରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଫିଙ୍ଗିଥିଲେ ହତ୍ୟାରେ ବ୍ୟବହୃତ ସାମଗ୍ରୀ । ମାନସଙ୍କ ଇୟର ଫୋନ୍, ଚପଲ, ଅଖା ଆଦି ପୋଡିଥିଲେ ।

ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛି । ପୁରା କ୍ରାଇମସିନ୍ କହିଛି । ଏହାପରେ ଚଣ୍ଡିଖୋଳ ପାଖରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା ସାଇଣ୍ଟିଫିକ୍ ଟିମ୍ । ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ତଥ୍ୟ ବାହାର କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ଆଜି ଶର୍ମିଷ୍ଠାଙ୍କୁ ନେଇ ସେସବୁ ସ୍ଥାନରେ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । କାରଣ ସେ ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଏହି ଘଟଣାରେ ଏଯାଏ ୮ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.