Latest Odisha News

BREAKING NEWS

ମଣ୍ଡି ସମସ୍ୟାକୁ ନେଇ ଆସିକା- ଭଞ୍ଜନଗର ରାସ୍ତା ଅବରୋଧ କଲେ ଚାଷୀ

ଆସିକା: ରାଜ୍ୟରେ ମଣ୍ଡି ସମସ୍ୟା ବଢ଼ିବାରେ ଲାଗିଛି । ଧାନ ମଣ୍ଡିରେ ନିଆ ଯାଉନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦରଠାରେ ଥିବା ମୁଖ୍ୟ ରାସ୍ତାରେ ଆଜି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।

ବହୁ ଦିନ ଧରି ଆସିକା ଅଞ୍ଚଳର ଚାଷୀଙ୍କ ଅମଳ ହୋଇଥିବା ଧାନକୁ ମଣ୍ଡି ନେବାରେ ବିଳମ୍ବ ଅଭିଯୋଗ ଆଣି ଚାଷୀମାନେ ଆସିକା- ଭଞ୍ଜନଗର ରାସ୍ତାକୁ ବହୁ ସମୟ ଧରି ଅବରୋଧ କରିଥିବା ଜଣାପଡ଼ିଛି । ଆସିକାରୁ ଭଞ୍ଜନଗରକୁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଗାଙ୍ଗପୁର ପୋଲିସ ଏବଂ ଆସିକା ବ୍ଳକ ପ୍ରଶାସନ ଅବରୋଧସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ।

ହେଲେ ଚାଷୀ ସେମାନଙ୍କ ଜିଦିରେ ଅଟଳ ରହିଛନ୍ତି । ତୁରନ୍ତ ଚାଷୀ ମାନଙ୍କ ସମସ୍ୟା ସମାଧାନ ନ ହେଲେ ଏହିଭଳି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.