Latest Odisha News

BREAKING NEWS

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ବାରହା ଆକ୍ରମଣରେ ୭ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଅନୁସାରେ, ଗାଁର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିଲେ । ସେଠାରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ୭ ଜଣ ଆହତ ହୋଇଛନ୍ତି ।  ଆହତମାନେ ହେଲେ ଜୀବନ ଗୌଡ, ସୂର୍ଯ୍ୟ ଗୌଡ, ଶନ୍ତ ବାରିକ, ସୁସୁଲା ଗୌଡ, ସୁଶୁଳା ସ୍ବାଇଁ, ଜୟନ୍ତୀ ଜେନା ଏବଂ ପ୍ରିୟଙ୍କା ବିଶୋୟୀ । 

ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.