Latest Odisha News

BREAKING NEWS

୨ ବର୍ଷ ପରେ ରିିଅଲିଟି ଶୋରେ ନଜର ଆସିବେ ମନ୍ଦିରା: ସ୍ୱାମୀଙ୍କ ମୃତ୍ୟୁ ଜୀବନ ବଦଳାଇ ଦେଇଛି

ନୂଆଦିଲ୍ଲୀ- ବଲିଉଡରୁ କ୍ରିକେଟ୍ ପର୍ଯ୍ୟନ୍ତ ସବୁଠି ମନ୍ଦିରା ବେଦୀ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯଦିଓ ସେ କିଛି ସମୟ ପାଇଁ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ, ଖୁବ୍ ଶୀଘ୍ର କିି୍ରକେଟ୍‌ର ଏକ ରିଅଲିଟି ଶୋ ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଶୋର ନାଁ ହେଉଛି ‘କ୍ରିକେଟ କା ଟିକେଟ୍‌’ । ଏଥିସହିତ ଅନ୍ୟ କିଛି ପ୍ରୋଜେକ୍ଟରେ ମଧ୍ୟ ନଜରକୁ ଆସିବେ ମନ୍ଦିରା ।

ମନ୍ଦିରା କହିଛନ୍ତି, ୨୦୨୩କୁ ନେଇ ସେ ବହୁତ ଆଶାବାଦୀ । ‘କ୍ରିକେଟ୍ କା ଟିକେଟ୍‌’ ରିଅଲିଟି ଶୋ ସହିତ ନୂଆ ବର୍ଷ ଆରମ୍ଭ କରିଥିବା ବେଳେ ଏହା ପରେ ତାଙ୍କ ହାତରେ ଆହୁରି ଅନେକ ପ୍ରୋଜେକ୍ଟର ଅଫର ଅଛି । ‘କ୍ରିକେଟ୍ କା ଟିକେଟ୍‌’ ରିଅଲିଟି ଶୋ ବିଷୟରେ ମନ୍ଦିରା କୁହନ୍ତି, ଏହା ଏକ ଭିନ୍ନ ଧରଣର ରିଅଲିଟି ଶୋ । ଏପରି ଶୋ ପୂର୍ବରୁ କେବେ କରା ଯାଇ ନ ଥିଲା । ଏଥିରେ ଉଭୟ ମହିଳା ଓ ପୁରୁଷ ସାମିଲ ହେବେ । ମୁଁ କରିଥିବା ଲାଇଭ୍ ଟେଲିକାଷ୍ଟଠାରୁ ଏହା ବହୁତ ଭିନ୍ନ, ଏହାର ଅଂଶ ହୋଇଥିବାରୁ ମୁଁ ବହୁତ ଉତ୍ସାହିତ ।
୧୯୯୯ ମସିହାରେ ମନ୍ଦିରା ନିର୍ଦ୍ଦେଶକ ରାଜ କୌଶଲଙ୍କୁ ବିବାହ କରିଥିଲେ । ରାଜ ‘ପ୍ୟାର ମେ କଭି କଭି’, ‘ଶାଧୀ କା ଲଡୁ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୨୦୨୧ ମସିହାରେ ରାଜଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରାଙ୍କ ଜୀବନ ବଦଳି ଯାଇଛି । ସେ କହିଛନ୍ତି, ନିଜ ପ୍ରିୟ ଲୋକଙ୍କୁ ହରାଇଲେ କେତେ କଷ୍ଟ ମୁଁ ଜାଣିଛି । ଏହି କଷ୍ଟ କାହାକୁ ନଷ୍ଟ କରିଦିଏ ତ ଆଉ କାହାକୁ ଜୀବନ ଜିଇଁବା ପାଇଁ ସାହସ ଜୁଟାଇଦିଏ । ଏହି ଦୁଇ ବର୍ଷ ନିଜକୁ ସମ୍ଭାଳିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା । ଏବେ ମୁଁ ନିଜକୁ ସମୟ ଉପଯୋଗୀ କରିପାରିଛି । କାରଣ ମୋର ଦୁଇଟି ଛୋଟ ଛୋଟ ପିଲା ଓ ପରିବାର ଅଛି । ତାଙ୍କ ପାଇଁ ମୋତେ ଆଗକୁ ବଢିବାର ଅଛି ବୋଲି କୁହନ୍ତି ମନ୍ଦିରା ।

Comments are closed.