Latest Odisha News

BREAKING NEWS

ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍, ହିନ୍ଦୁ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରୁଥିଲା ସାରିକ୍

ମାଙ୍ଗାଲୋର : ବଡ଼ ବିସ୍ଫୋରଣ ପୂର୍ବରୁ ବର୍ତ୍ତିଯାଇଛି ମାଙ୍ଗାଲୋର । ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍ ଥିବା ତଦନ୍ତ ପରେ ଜଣାପଡିଛି । କର୍ଣ୍ଣାଟକ ପୋଲିସ ରିପୋର୍ଟ ଅନୁସାରେ ବଡ଼ ବ୍ଲାଷ୍ଟ ଘଟାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ ମହମ୍ମଦ ସାରିକ । ହେଲେ ତା ପୂର୍ବରୁ ମହମ୍ମଦ ଅଟୋରେ ଯାଉଥିବା ବେଳେ ରାସ୍ତାରେ ପ୍ରେସର କୁକର୍ ବମ୍ ବ୍ଲାଷ୍ଟ୍ ହୋଇଯାଇଥିଲା । ମହମ୍ମଦ ସାରିକକୁ ଗିରଫ କରିବା ପରେ ଅନେକ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି  । ଜଣେ ରେଳ କର୍ମଚାରୀଙ୍କ ଆଧାର କାର୍ଡ ବ୍ୟବହାର କରି ତାଙ୍କୁ ଫସାଇବାକୁ ଚାଲ ରଖିଥିଲା ସାରିକ । ତେବେ ତାହା ପୂର୍ବରୁ ତାର ଚାଲ ଧରିପାରିଛି ପୋଲିସ ।

ମହମ୍ମଦ ସାରିକ୍  ପ୍ରଥମେ ହିନ୍ଦୁ ନାମଧାରୀ ରେଳ କର୍ମଚାରୀଙ୍କ ବ୍ୟକ୍ତିର ଆଧାର କାର୍ଡ ବ୍ୟବହାର କରୁଥିବା ଜଣାପଡିଛି । ହିନ୍ଦୁ ବ୍ୟକ୍ତିର ଆଧାର କାର୍ଡ ସହାୟତାରେ ସେ ମଧ୍ୟ ଘର ଭଡ଼ା ନେଇ ସେ ଘରେ ବମ୍ ବନାଉଥିଲା  । ଧରା ନପଡିବା ପାଇଁ ଏବଂ ହିନ୍ଦୁ ବ୍ୟକ୍ତିକୁ ବଦନାମ କରିବା ପାଇଁ ଏପରି ପ୍ଲାନ କରିଥିଲା ସାରିକ । ଜନଗହଳି ସ୍ଥାନରେ ବିସ୍ଫୋରଣ ପାଇଁ ପ୍ଲାନ କରିଥିଲା ସାରିକ୍ । ତେବେ ରାସ୍ତାରେ ଯାଉଥିବା ବେଳେ ଅଚାନକ ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ କେବଳ ଅଟୋ ଡ୍ରାଇଭର ଏବଂ ସେ ନିଜେ 40 ପ୍ରତିଶତ ପୋଡି ଯାଇଥିଲେ ।

ମହମ୍ମଦ ପ୍ରେସର କୁକର ବମ୍ ବନାଇବା ପାଇଁ ଅନଲାଇନରୁ ଶିଖିଥିଲା ପ୍ରକାଶ କରିଛି। ଆଇଏସଆଇଏସ ର ସମର୍ଥକ ଥିବା ମହମ୍ମଦ ଏବଂ ତାର ସହଯୋଗୀମାନେ ଏବେ ପୁଲିସ ରାଡାରରେ । ପୂର୍ବରୁ ମଧ୍ୟ ଆଇଏସଆଇଏସ ସମର୍ଥନରେ ଗିରଫ ହୋଇଥିଲା ମହମ୍ମଦ ସାରିକ । ତେବେ ପରେ ପ୍ରମାଣ ଅଭାବରେ ତାକୁ ବେଲ ମିଳିଥିଲା । ଏହା ପରେ ମଧ୍ୟ ସାରିକ ପ୍ରେସର କୁକର୍ ବମ ବନାଇ ବିସ୍ଫୋରଣ କରିବା କାର୍ଯ୍ୟରେ ଲାଗିଥିଲା ।

ପୋଲିସ ସୂଚନାନୁସାରେ ଅଭିଯୁକ୍ତ ମହମ୍ମଦ ଶାରିକ୍ ଅଟୋରେ ଯାତ୍ରୀ ଭାବରେ ପ୍ରେସର୍ କୁକର ବୋମା ଧରି ବସିଥିଲା। କେଉଁଠିକି ବୋମା ନେଇ ଯାଉଥିଲା ସାରିକ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।  ଅଟୋରେ ବୋମା ବିସ୍ଫୋରଣ ଘଟିବାରୁ ଅଧିକ କ୍ଷତି ହୋଇନଥିଲା । ସିସିଟିଭି ଫୁଟେଜରେ ବିସ୍ଫୋରଣ ବେଳର ଦୃଶ୍ୟ ରେକର୍ଡ ରହିଛି । ଅଟୋ ଡ୍ରାଇଭର ଏବଂ ଅଭିଯୁକ୍ତ ସାରିକର ଏବେ ଚିକିତ୍ସା ଚାଲିଥିବାରୁ ଅଧିକ ତଥ୍ୟ ମିଳିପାରିନାହିଁ । ମହମ୍ମଦ ସାରିକ ମଧ୍ୟ ନିଜର ମତ ବାରମ୍ବାର ବଦଳାଉଛି । ପ୍ରଥମରୁ ନିଜର ପରିଚୟ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଅଟୋ ଡ୍ରାଇଭର ସାରିକ ହିଁ ପ୍ରେସର ବୋମା ଧରି ବସିଥିବା କହିଥିଲେ ।

କିଛି ମାସ ପୂର୍ବରୁ ତାମିଲନାଡୁର କୋଏମ୍ବାଟୁରରେ ଏଭଳି ବିସ୍ଫୋରଣ ଘଟିଥିଲା।  ଦୀପାବଳି ପୂ୍ର୍ବରୁ  ଆତଙ୍କବାଦୀମାନେ ମନ୍ଦିର ନିକଟରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର କରିଥିଲେ। କିନ୍ତୁ ପୂର୍ବଦିନ ଏହା ବିସ୍ଫୋରଣ ହୋଇଯାଇଥିଲା । ପୋଲିସ କହିଛି  ଏହା ପରେ ମହମ୍ମଦ ସାରିକ୍ ମଧ୍ୟ କୋଏମ୍ବାଟୁର ଯାଇଥିଲା । ଏବେ ପୋଲିସ ସାରିକର ସମସ୍ତ ଗତିବିଧି ଉପରେ ଖୋଳତାଡ କରୁଛି । କାରଣ ସାରିକ ଯେଉଁ ସିମ କାର୍ଡ ସେଠାରେ ବ୍ୟବହାର କରୁଥିଲା ତାହା ମଧ୍ୟ ଅନ୍ୟଜଣଙ୍କ ନାମରେ ଥିଲା । ସେହି ସିମ୍ କାର୍ଡ ଏବଂ ତାହାର କଲ ଡିଟେଲସ ବାହାର କରିଛି ତଦନ୍ତକାରୀ ଟିମ୍ । ସାରିକର ଭଡ଼ା ଘରୁ ବମ ତିଆର କରିବାର ସାମଗ୍ରୀ ସହ  ଦୁଇଟି ଜାଲ ଆଧାରକାର୍ଡ , ଏକ ଜାଲ ପାନକାର୍ଡ ମଧ୍ୟ ପୋଲିସ ଜବତ କରିଛି ।

Leave A Reply

Your email address will not be published.