Latest Odisha News

BREAKING NEWS

ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ

କଟକ:  କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ଚିକିତ୍ସିତ ହେଉଥିବା ଟୁନି ମାଝୀ ସୁସ୍ଥ ହୋଇଛନ୍ତି। ଏସସିବିରେ ଚିକିତ୍ସିତ ହେଉଥିବା ଟୁନି ମାଝୀଙ୍କୁ ବୁଧବାର ଡିସଚାର୍ଜ କରାଯାଇଛି।୨୪ ଦିନ ଧରି ଏସିସିବି ମେଡିକାଲର ମେଡିସିନ ଆଇସିୟୁରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ ନିଜ ଗାଁକୁ ଫେରିଛନ୍ତି। ସୁସ୍ଥ ହେବା ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଟୁନି  ଓ ତାଙ୍କ ପରିବାର ଧନ୍ୟବାଦ୍ ଦେଇଛନ୍ତି।

ପ୍ରକାଶଥାଉକି, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ନଭେମ୍ବର ୩ ତାରିଖରେ ଆମ୍ଭ ଟାକୁଆ ଜାଉ ଖାଇ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୬ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କ ମଧ୍ୟରୁ ୨ ଜଣ ଟୁନି ମାଝୀ ଏବଂ ଜିତା ମାଝୀଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜିତା ମାଝୀଙ୍କର ମୃତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ସହ ଆମ୍ବ ଟାକୁଆ ଖାଇ ମୃତ୍ୟ ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଥିଲା। ଆଜି ଟୁନି ମାଝୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.