Latest Odisha News

BREAKING NEWS

ଟିଟି ଷ୍ଟାର ମନିକା ବାତ୍ରାଙ୍କୁ ମ୍ୟାଚ ଫିକ୍ସ କରିବାକୁ କହୁଥିଲେ କୋଚ ସୌମ୍ୟଦୀପ !

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଶୁକ୍ରବାର କୋଚ ସୌମ୍ୟଦୀପ ରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦୋହାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମୋତେ ଜାଣିଶୁଣି ମ୍ୟାଚ ହାରିବା ପାଇଁ କହୁଥିଲେ । ଏହା ଦ୍ୱାରା ତାଙ୍କ ପାଖରେ ପ୍ରଶିକ୍ଷଣ ନେଉଥିବା ଜଣେ ଛାତ୍ର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥାନ୍ତେ ।

ଏହି କାରଣରୁ ଟୋକିଓ ଅଲିମ୍ପିକ୍ସ ବେଳେ କୋଚଙ୍କ ସହାୟତା ନେବାକୁ ମନା କରିଥିଲି ବୋଲି ମନିକା କହିଛନ୍ତି । ଟିଟିଏଫଆଇ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିର ଉତରରେ ମନିକା ତାଙ୍କ କଥା ରଖିଛନ୍ତି । ଅପରପକ୍ଷରେ ସୌମ୍ୟଦୀପଙ୍କୁ ମଧ୍ୟ ଖୁବ୍ ଶୀଘ୍ର ତାଙ୍କ ରାୟ ରଖିବାକୁ ଫେଡେରେଶନ ପକ୍ଷରୁ କୁହାଯାଇଛି ।

Comments are closed.