Latest Odisha News

BREAKING NEWS

ପ୍ରମାଣପତ୍ର ପାଇଁ ବାର ଦୁଆର ହେଉଛନ୍ତି ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡା: ଆଦିମ ଜନଜାତିଙ୍କୁ ନେଇ ସରକାର ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ହେଲେ ଏହି ଯୋଜନା ବୋଧ ହୁଏ କେବଳ କାଗଜ କଲମରେ ସଫଳ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରିର ଜଣେ ନୀରିହ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା ସାମାନ୍ୟ ଏକ ପ୍ରମାଣ ପାଇଁ କାହିଁ କେବେଠୁ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି ।

ଉପରଗୁମ୍ମା ଗାଁର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର କ୍ରିମିଟି ସିକ୍କା । ଓଡିଆ କହିବା କିମ୍ବା ବୁଝିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଗୋଟିଏ ଆଖିକୁ କିଛି ଦେଖାଯାଉନି, ଅନ୍ୟପଟେ ଗୋଟିଏ ଗୋଡ ବି ଅକାମୀ ହୋଇପଡିଛି । ହେଲେ ଏହି ଅଭାଗା ମହିଳାଙ୍କୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳିପାରିନି । ଏପରିକି ଖଣ୍ଡେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବାକୁ ସେ ଅସହାୟ ଅବସ୍ଥାରେ ଜିଲ୍ଲାପାଳଙ୍କ ଅଫିସକୁ ଦୌଡିଦୌଡି ନୟାନ୍ତ ହୋଇପଡିଲେଣି ।

ଦିବ୍ୟାଙ୍ଗ ଭତ୍ତାରୁ ବଂଚିତ ଅପାଠୁଆ ଦିବ୍ୟାଙ୍ଗ ମହିଳା କ୍ରିମିଟି ସିକ୍କାଙ୍କୁ ସହଯୋଗର ହାତ ବଢାଇଛନ୍ତି ଜଣେ ସ୍ଥାନୀୟ ଯୁବକ । କ୍ରିମିଟିଙ୍କୁ ସାଥୀରେ ଧରି ସେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । କ୍ରିମିଟିଙ୍କୁ ସରକାରୀ ସହାୟତା ଦେବା ପାଇଁ ବିଡିଓଙ୍କୁ ଜିଲ୍ଲାପାଳ ଅବଗତ କରାଇଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ କ୍ରିମିଟିଙ୍କୁ ମିଳିଥିବା ପ୍ରତିଶ୍ରୁତି ସତ ପ୍ରମାଣିତ ହେଉଛି ।

Leave A Reply

Your email address will not be published.