ବାରଣାସୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଯେଉଁଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । କିନ୍ତୁ ଆମ ଦେଶରେ ଏପରି ଏକ ଶ୍ମଶାନ ଘାଟ ଅଛି ଯାହାକି ଦେଶର ସବୁଠାରୁ ବଡ ଶ୍ମଶାନ ଘାଟ ଭାବରେ ପରିଚିତ l ସବୁଠାରୁ ବଡ କଥା ହେଉଛି ଏଠାରେ କେବେ ବି ଚିତା ଥଣ୍ଡା ପଡେନି କି ନିଆଁ ଲିଭେନି । କୁହାଯାଏ ଯେ, ଏଠାରେ ଦୈନିକ ୩୦୦ରୁ ଅଧିକ ଲୋକଙ୍କ ଚିତା ଜଳାଯାଇଥାଏ । ଏପରିକି ଶବ ଦାହ ପାଇଁ ଟ୍ୟାକ୍ସ ମଧ୍ୟ ଆଦାୟ କରାଯାଏ । ଆମେ କହୁଛୁ ବାରଣାସୀର ପ୍ରସିଦ୍ଧ ୮୪ ଘାଟ ମଧ୍ୟରୁ ଏକ ବହୁ ଚର୍ଚ୍ଚିତ ଘାଟ ମଣିକର୍ଣ୍ଣିକା ଘାଟ ।
ଏଠାରେ ବ୍ୟକ୍ତିର ଦାହ ସଂସ୍କାର ହେଲେ ତାହାର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇ ଥାଏ ବୋଲି ବିଶ୍ୱାସ ରହିଛି । ସେଥି ପାଇଁ ବହୁ ବ୍ୟକ୍ତି ଏଠାରେ ଅନ୍ତିମ ସଂସ୍କାର ନିମନ୍ତେ ଅଭିଳାଷ ପୋଷଣ କରିଥାନ୍ତି । ଏଠାରେ ଭଗବାନ ଶଙ୍କର ଏବଂ ମାଆ ଦୁର୍ଗାଙ୍କର ପ୍ରସିଦ୍ଧ ମନ୍ଦିର ଅଛି ଯାହା ମଗଧର ରାଜା ନିର୍ମାଣ କରିଥିଲେ । କୁହାଯାଏ ଭଗବାନ ଶଙ୍କର ମଣିକର୍ଣ୍ଣିକା ଘାଟକୁ ଅନନ୍ତଶାନ୍ତିର ବରଦାନ ଦେଇଥିଲେ । ମଣିକର୍ଣ୍ଣିକା ଘାଟରେ କେବେ ଚିତା ଥଣ୍ଡା ହୁଏ ନାହିଁ । ପ୍ରତ୍ୟହ ଏଠାରେ ତିନିଶହରୁ ଉର୍ଦ୍ଧ୍ୱ ଶବଦାହ ହୋଇଥାଏ । ଏହା ବିଶ୍ୱର ସବୁଠାରୁ ବଡ଼ ଶ୍ମଶାନ ଘାଟ । କାଶୀରେ ମୃତ ବ୍ୟକ୍ତିର ଡାହାଣ କର୍ଣ୍ଣ ପୁଟରେ ସ୍ୱୟଂ ଭଗବାନ ଶିବ ତାରକ ମନ୍ତ୍ର ଫୁଙ୍କି ଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏଣୁ ଏଠାରେ ପ୍ରାଣୀକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।
ଏହି ଘାଟରେ ବେଶ୍ ଧୁମଧାମ୍ ରେ ହୋଲି ଖେଳାଯାଏ। ଜୁଇ ପାଉଁସରେ ହୋଲି ଖେଳ ହେବା ସହ ଭୋଳାବାବାଙ୍କୁ ପାଉଁଶ ଲାଗି କରାଯାଏ। ଶ୍ମସାନରେ ଖେଳା ଯାଉଥିବା ଏହି ହୋଲିରେ ବ୍ୟବହୃତ ହେଉଥିବା ରଙ୍ଗଗୁଡ଼ିକ ଯଜ୍ଞ, ହୋମ କୁଣ୍ଡ କିମ୍ବା ଅଘୋରୀଙ୍କ ଧୁନି ଏବଂ ଚିତାର ପାଉଁଶରେ ବ୍ୟବହୃତ ହୁଏ |ବିଶ୍ୱାସ କରାଯାଏ ଯେ ରଙ୍ଗଭରୀ ଏକାଦାଶି ଦିନ ପାର୍ବତୀଙ୍କୁ ବିବାହ କରି ଆଣିବା ପରେ ବାବା ଭୋଳାନାଥ ଦେବଗଣ ଏବଂ ଭକ୍ତଙ୍କ ସହ ହୋଲି ଖେଳନ୍ତି। କିନ୍ତୁ ଭୂତ, ପ୍ରେତ ଇତ୍ୟାଦି ସେମାନଙ୍କ ସହିତ ହୋଲି ଖେଳିପାରନ୍ତି ନାହିଁ | ତେଣୁ, ତା ପରଦିନ ବାବା ମଣିକର୍ଣ୍ଣିକା ଘାଟକୁ ଗାଧୋଇବାକୁ ଆସନ୍ତି ଏବଂ ଶ୍ମସାନର ପାଉଁଶରେ ଭୂତ, ପ୍ରେତଙ୍କ ସହ ହୋଲି ଖେଳନ୍ତି |
Comments are closed.