ଭୁବନେଶ୍ୱର: ଇମାମି ଗ୍ରୁପର ଆମ୍ରି ହସ୍ପିଟାଲକୁ କିଣିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍ । ଏଥିପାଇଁ ମଣିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ୨୩୫୦ କୋଟି ଟଙ୍କା ଦେବ । ସେହିଭଳି ସିଙ୍ଗାପୁରର ଟେମାସେକ, ମନିପାଲ୍ ଏଣ୍ଟରପ୍ରାଇଜେସର ଅଂଶ ଯାହାର ମୂଲ୍ୟ ୪ ବିଲିୟନ୍ ଡଲାର ଅଧିଗ୍ରହଣ କରିବ ।
ଆମ୍ରି ହସ୍ପିଟାଲ ଅଧିଗ୍ରହଣ ଅର୍ଥକୁ ମନିପାଲ ୨ଟି ପର୍ଯ୍ୟାୟରେ ପ୍ରଦାନ କରିବ । ତେବେ ଅଧିଗ୍ରହଣ ଉପରେ ମନିପାଲ୍, ଇମାମି ଓ ଟେମାସେକ କୌଣସି ମତ ରଖିନାହାଁନ୍ତି । ଚୁକ୍ତି ସ୍ୱାକ୍ଷର କରିବା ସହ ଇମାମି ବିରୋଧରେ କରିଥିବା ସମସ୍ତ ଅଦାଲତି ମାମଲାକୁ ମନିପାଲ୍ ଉଠାଇ ନେଇଛି । ଆମ୍ରିରେ ପଶ୍ଚିମବଙ୍ଗ ସରକାରଙ୍କ ୧.୯ ପ୍ରତିଶତ ଅଂଶଧନ ରହିଛି ।
୨୦୨୨ରେ ମନିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ଇମାମି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସେତେବେଳେ ଇମାମି ଆମ୍ରିର ଥିବା ଅଂଶଧନର ସର୍ବାଧିକ ଭାଗ ତୃତୀୟ ପକ୍ଷଙ୍କୁ ବିକ୍ରି ଲାଗି ଚାହୁଁଥିଲେ । କୁହାଯାଇଥିଲା ମ୍ୟାକ୍ସ ହେଲଥକେୟାର ଆମ୍ରିକୁ ୨୭୦୦ କୋଟି ଦେଇ କିଣିବ । କିନ୍ତୁ ମ୍ୟାକ୍ସ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖି ନଥିଲେ । ଏହା ପରେ ଗତ ଫେବ୍ରୁଆରୀରେ ଇମାମି ଓ ମନିପାଲ ଉଭୟଙ୍କ ମଧ୍ୟରେ ବୁଝାମଣା କରି ନେଇଥିଲେ ।
Comments are closed.