ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା ନିଷ୍କ୍ରିୟ ପାଇଁ ଯାଇଥିବା ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେ ବୋମା ନିଷ୍କ୍ରିୟ କରୁଥିବା ବେଳେ ଫୁଟି ଯିବାରୁ ଆହତ ହୋଇଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଲେନରେ ସୁରେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ମାଡ ହୋଇଥିଲା। ବ୍ୟବସାୟକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଥିଲା। ଏହାର ତଦନ୍ତ କରିଥିଲା ବଡ଼ ବଜାର ଥାନା ପୋଲିସ। ତଦନ୍ତ ବେଳେ ବ୍ରହ୍ମପୁରର ପୁରୁଣା ଅପରାଧୀ ଦୁନିଆ ସାହୁ, ରାକେଶ ମିଶ୍ର ଓ ଶ୍ରୀକାନ୍ତ ପଣ୍ଡା ଏହି ବୋମା ମାଡରେ ସାମିଲ ଥିଲେ ଏବଂ ସେମାନେ ଶ୍ରୀକ୍ଷେତ୍ରବିହାର ୪ର୍ଥ ଲେନ୍ରେ ଏକ ଭଡ଼ା ଘରେ ଲୁଚିଥିବା ପୋଲିସ ଜାଣିବାକୁ ପାଇଥିଲା। ବୁଧବାର ୧୨ଟା ବେଳେ ବଡବଜାର ଥାନାର ଏସଆଇ ରଞ୍ଜିତ ଦାସ ଓ ତାଙ୍କ ଟିମ ସେହି ଘର ପାଖରେ ପହଞ୍ଚିଥିଲେ। ତେବେ ଏତିକି ବେଳେ ଦୁର୍ବୃତ୍ତମାନେ କବାଟ ବନ୍ଦ କରି ଭିତରେ ରହି ଯାଇଥିଲେ। ପୋଲିସ ଉପରକୁ ଫାଙ୍କା ଗୁଳି ଚଳାଇଥିବା ଶୁଣାଯାଇଥିଲା। ଦୁର୍ବୃତ୍ତଙ୍କ ଏଭଳି ପ୍ରତିରୋଧକୁ ଦେଖି ବ୍ରହ୍ମପୁର ଟାଉନ୍ ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଏକ ପ୍ଲାଟୁନ ପୁଲିସ ସେହି ଘର ନିକଟରେ ପହଞ୍ଚିଥିଲେ। ଦୁର୍ବୃତ୍ତଙ୍କୁ ଆତ୍ମ ସମର୍ପଣ କରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ଚେତାବନୀ ଦିଆଯାଇଥିଲା।
ସେହି ଘର ଭିତରୁ ଜଣେ ମହିଳା ବାହାରକୁ ଆସି ଆତ୍ମ ସମର୍ପଣ କରିଥିଲେ ମଧ୍ୟ ୩ ଅଭିଯୁକ୍ତ ବାହାରକୁ ଆସିନଥିଲେ। ଫଳରେ ଘରର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କବାଟ ଭାଙ୍ଗି ଭିତରକୁ ପଶିବା ବେଳେ ଘର ଭିତରେ ଥିବା ଦୁର୍ବୃତ୍ତମାନେ ପୋଲିସ ଉପରକୁ ୨ଟି ବୋମା ଫିଙ୍ଗିଥିଲେ। ହେଲେ ବୋମା ଦୁଇଟି କବାଟରେ ବାଜି ଫୁଟିଯିବାରୁ ଏସଆଇ ରଞ୍ଜିତ ଓ ଅନ୍ୟ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହି ଘର ଭିତରେ ଯାଞ୍ଚ ବେଳେ ୨ଟି ବ୍ୟାଗରେ ୭ରୁ ଅଧିକ ବୋମା ଓ ୫ଟି ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଉପରୋକ୍ତ ୩ ଅପରାଧୀଙ୍କ ସମେତ ପୁଲିସ ସେହି ଘରେ ଥିବା ୨ ଜଣ ମହିଳାଙ୍କୁ ମଧ୍ୟ କାବୁ କରି ଥାନାକୁ ଆଣିଥିଲା। ଅନ୍ୟପକ୍ଷରେ ସେହି ଘରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ ପାଇଁ ପୁଲିସର ବୋମା ନିଷ୍କ୍ରିୟକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ଭିତରେ ରହି ବୋମା ଗୁଡ଼ିକୁ ନିଷ୍କ୍ରିୟ କରୁଥିବା ଟିମର ସଦସ୍ୟ ତଥା ହାବିଲଦାର ଅଶୋକ ପ୍ରଧାନଙ୍କ ହାତରେ ଗୋଟିଏ ବୋମା ଫୁଟି ଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁନିଆ ସାହୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
BREAKING NEWS
- ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା ବୃଦ୍ଧି; ଏହି କମ୍ପାନୀ ବଢ଼ାଇଲା ଦର୍…
- ଆଜି ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ; ୬ଟି ମେଟ୍ରୋ ଷ୍ଟେସନ ବନ୍ଦ
- ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ!
- ସାଉଦି ଆରବ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଜଣେ ଭାରତୀୟ ମୃତ, ଦୁଇ ପୁଅ ହସ୍ପିଟାଲରେ ଭର୍ତ୍ତି
- ୩ୟ ଟି୨୦: ୱେଷ୍ଟଇଣ୍ଡିଜକୁ ୧୪ ରନ୍ରେ ହରାଇଲା ଭାରତ, ସିରିଜ୍ରେ ୨-୧ରେ ଆଗୁଆ
- ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ ଘଟଣା;ଆଉ ତିନି ଗିରଫ
- Drone-Based Surveillance:ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ପୂର୍ବ ତଟ ରେଳପଥ ଅଗ୍ରଣୀ;୧୧ଟି ଡ୍ରୋନ୍ ଦ୍ୱାରା ୨୮୪ଟି ଷ୍ଟେସନରେ ନିରୀକ୍ଷଣ
- ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ
- ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ
- DRI Seizes Gold:ମିଳିଲା ଗୁପ୍ତ ଚାମ୍ବର; ୮.୯୮ କୋଟି ମୂଲ୍ୟର ସୁନା ଜବତ, ୨ଅଭିଯୁକ୍ତ ଗିରଫ

Comments are closed.